ମହାପ୍ରଭୁଙ୍କ ବନକଲାଗି ପାଇଁ ବାହାରିପାରିଲାନି ନିଷ୍କର୍ସ, ଭକ୍ତ ଅସନ୍ତୋଷ

0

ଓଡିଆ ନ୍ୟୁଜ (ବ୍ୟୁରୋ) : ମହାପ୍ରଭୁଙ୍କ ବନକଲାଗି ପାଇଁ ଲାଗି ରହିଛି ବିବାଦ । ଶ୍ରୀମନ୍ଦିର ପ୍ରଶାସନ ଓ ଦତ ମହାପାତ୍ର ନିଯୋଗଙ୍କ ମଧ୍ୟରେ ବିବାଦ ଯୋଗୁଁ ନିଳାଦ୍ରୀବିଜେଠୁ ହୋଇପାରୁନାହିଁ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର । ଆଜି ସରିଲା ଶ୍ରୀମନ୍ଦିର ନୀତି ସବ୍‌କମିଟି ବୈଠକ, କିନ୍ତୁ ହେଲାନି ଚୂଡ଼ାନ୍ତ ନିଷ୍ପତ୍ତି । ବୈଠକରେ ବନକଲାଗି ବିବାଦର ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ। ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରତିକ୍ରିୟା ରଖିଛନ୍ତି। ଆସନ୍ତା ୧ ତାରିଖରେ ପରିଚାଳନା କମିଟି ବୈଠକ ବସିବ । ପରିଚାଳନା କମିଟି ବୈଠକରେ ବନକଲାଗି ନିଷ୍ପତ୍ତି ହେବ । ବନକଲାଗି ନୀତିକୁ ନେଇ ବିବାଦ ଥମିବାର ନାଁ ନେଉ ନାହିଁ ।

ଦତ୍ତ ମହାପାତ୍ର ଗତକାଲି ବନକଲାଗି ନୀତି କରିବା ପାଇଁ ପ୍ରସ୍ତୁତ ଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମନା କରାଯାଇଥିବା ନେଇ ସୂଚନା ଦେଇଛନ୍ତି ସଂମ୍ପୃକ୍ତ ସେବକ । ତେଣୁ ଗତକାଲି ମହାପ୍ରଭୁଙ୍କ ବନକଲାଗି ନୀତି ହୋଇପାରି ନଥିଲା। ଶ୍ରୀମନ୍ଦିର ସତ୍ତ୍ୱଲିପିରେ ଉଲ୍ଲେଖ ରହିଛି ଯେ, ପ୍ରତ୍ୟେକ ସପ୍ତାହର ବୁଧବାର କିମ୍ବା ଗୁରୁବାର ଦିନ ଦ୍ୱିପହର ଧୂପ ପରେ ବନକଲାଗି ନୀତି ହୋଇଥିଏ । ମାତ୍ର ବନକଲାଗି ନୀତି ସହ ଅନ୍ୟାନ୍ୟ ବିଶେଷ ନୀତି ରହୁଥିବାରୁ ଦର୍ଶନାର୍ଥୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଗୁରୁବାର ବଦଳରେ ବୁଧବାର ବନକଲାଗି କରିବାକୁ ସମ୍ପୃକ୍ତ ସେବକ ନିଯୋଗକୁ କୁହାଯାଇଥିଲା । ହେଲେ ଦତ୍ତମହାପାତ୍ର ନିଯୋଗ ଗୁରୁବାର ବନକଲାଗି କରିବା ଜିଦରେ ଅଟଳ ଅଛନ୍ତି । ଅନ୍ୟପଟେ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

Leave A Reply

Your email address will not be published.