ସ୍ମାର୍ଟ୍ ସିଟି ଭୁବନେଶ୍ୱରରେ ଶୌଚାଳୟର ବ୍ୟବସ୍ଥା

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  ସ୍ମାର୍ଟ୍ ସିଟି ଭୁବନେଶ୍ୱର ରେ ଶୌଚାଳୟ ର କିଭଳି ବ୍ୟବସ୍ଥା।  ସ୍ମାର୍ଟ୍ ସିଟି ଭୁବନେଶ୍ୱର ବୋଲାଉଥିବା ଡମଣା ହାଟ ର ଶୌଚାଳୟ ର ଅବସ୍ଥା ଏତେ ଖରାପ କହିଲେ ଅତ୍ୟୁକ୍ତି ହେବନାହିଁ।

ଯଦି ଆପଣଙ୍କ ତାର ଭିତରକୁ ପ୍ରବେଶ କରିବେ ସତେ ଯେମିତି ଲାଗିବ ଆପଣ ଶୌଚାଳୟ ଯାଉନାହାନ୍ତି ତ କେଉଁ ନାଳ ଭିତରେ ପାଦ ଦେଇଛନ୍ତି। ଜନସାଧାରଣ ମାନେ ଖୋଲା ସ୍ଥାନରେ ପରିସ୍ରା ନ କରିବା ପାଇଁ ଶୌଚାଳୟ କରିବା ସହିତ କର୍ମଚାରୀ ମଧ୍ୟ ରଖିଛନ୍ତି ସରକାର।

ହେଲେ ଜନସାଧାରଣ ରେ ଆଲୋଚନା କରାଯାଉଛି ଯେ ବିଏମସି କତ୍ତୃପକ୍ଷ ନଜର ଦେଉନଥିବା ବେଳେ ସରକାର ମଧ୍ୟ କିଛି ନଜର ରଖୁନାହାନ୍ତି। ଯାହାଫଳରେ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।

Leave A Reply

Your email address will not be published.