ଆର୍ଟେମିସ୍ ୨ ଚନ୍ଦ୍ର ମିଶନ ଲଞ୍ଚ୍

0

ଓଡ଼ିଆ ନ୍ୟୁଜ୍: ଲଞ୍ଚ୍ ହେଲା NASAର ମହତ୍ୱକାଂକ୍ଷୀ ଆର୍ଟେମିସ୍-୨ ମିଶନ।ଚନ୍ଦ୍ର ଅଭିମୁଖେ ଯାତ୍ରା କଲେ ୪ ଜଣ ମହାକାଶଚାରୀ।୫୩ ବର୍ଷ ପରେ ପୁଣି ଚନ୍ଦ୍ର ନିକଟକୁ ମାନବ ଅଭିଯାନ।ମହାକାଶଚାରୀମାନେ ଚନ୍ଦ୍ର ପୃଷ୍ଠରେ ଓ୍ଲହାଇବେ ନାହିଁ।ଆର୍ଟେମିସ୍-୨ରେ ପୃଥିବୀଠୁ ସର୍ବାଧିକ ଦୂରକୁ ଯାତ୍ରା।ଫ୍ଲୋରିଡାର କେନେଡି ସ୍ପେଶ୍ ସେଣ୍ଟରରୁ ଭାରତୀୟ ସମୟାନୁସାରେ ଭୋର୍ ୩ଟା ୫୪ରେ ଏହାର ଲଞ୍ଚ୍ କରାଯାଇଛି ।

ଏହା ହେଉଛି ୫୪ ବର୍ଷ ପରେ ନାସାର ଚନ୍ଦ୍ର ନିକଟକୁ ମାନବ ମିଶନ । ଅର୍ଥାତ ଦୀର୍ଘ ବର୍ଷ ପରେ ଚନ୍ଦ୍ର ଅଭିମୁଖେ ନାସା ମହାକାଶଚାରୀଙ୍କୁ ପଠାଇଛି । ଶେଷ ଖବର ସୁଧା ମିଶନ ସଫଳ ହୋଇଥିବା ବେଳେ ମହାକାଶଚାରୀ ସୁରକ୍ଷିତ ଭାବେ ପୃଥିବୀ କକ୍ଷରେ ପହଁଚି ଯାଇଛନ୍ତି । ସାରା ବିଶ୍ୱ ଏହି ଉତକ୍ଷେପଣକୁ ଦେଖିଛି ।

ନାସାର ଏହି ମିଶନରେ ୪ ଜଣ ମହାକାଶଚାରୀଙ୍କୁ ସାମିଲ କରାଯାଇଛି । ସେମାନେ ହେଲେ ମିଶନ କମାଣ୍ଡର ରିଡ୍ ବାଇସମ୍ୟାନ୍, ଭିକ୍ଟର ଗ୍ଲୋବର, ମିଶନ ସ୍ପେଶାଲିଷ୍ଟ କ୍ରିଷ୍ଟିନା କୋଚ୍ ଏବଂ ଜେରେମି ହେନସେନ୍ ।

Leave A Reply

Your email address will not be published.