ଓଡ଼ିଶାର ମୁଖ୍ୟମନ୍ତ୍ରୀ ଯେମିତି ଓଡିଆ କୁହନ୍ତି, ଓଏସଏସସି ପରୀକ୍ଷାର ପ୍ରଶ୍ନପତ୍ର ଠିକ୍ ସେମିତି: ବିଜେପି

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଓଡ଼ିଶାର ମୁଖ୍ୟମନ୍ତ୍ରୀ ଯେମିତି ଓଡ଼ିଆ କୁହନ୍ତି ଠିକ୍ ସେମିତି ଆଜି ଓଏସଏସସି ପରୀକ୍ଷାରେ ଓଡ଼ିଆ ପ୍ରଶ୍ନପତ୍ର କରି ଓଡ଼ିଶାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳୁଛନ୍ତି ରାଜ୍ୟ ସରକାର । ତେଣୁ ଓଡ଼ିଶାରେ ଏକ ସରକାର ଶାସନ କରୁଛନ୍ତି ନାଁ ଆଉ କିଏ କରୁଛନ୍ତି ତାହା ବୁଝାପଡୁନି । ଆଜିର ଓଏସଏସସି ପରୀକ୍ଷାର ପ୍ରଶ୍ନପତ୍ର ଦେଖିଲେ ଜଣାପଡୁଛି ଏହାକୁ ପ୍ରସ୍ତୁତ କରୁଥିବା ସଂସ୍ଥା ଓଡ଼ିଆ ସଂସ୍ଥା ନୁହେଁ ଏବଂ ଏହାର ଦାୟିତ୍ୱରେ ଥିବା ଅଧିକାରୀ ମଧ୍ୟ ଓଡ଼ିଆ ନୁହନ୍ତି । ଯେଉଁଥି ପାଇଁ ଓଡିଆ ଭାଷାକୁ ସମ୍ପୂର୍ଣ୍ଣ କଦର୍ଥ କରାଯାଇ ପ୍ରକାଶ କରାଯାଇଛି । ପ୍ରଶ୍ନପତ୍ରରେ ସମସ୍ତ ଲିଖିତ ପ୍ରଶ୍ନ ଭୁଲ ରହିଛି ।

ପରୀକ୍ଷାର୍ଥୀମାନେ ସାରା ଓଡ଼ିଶାରୁ କେତେ ପରିଶ୍ରମ କରି ପ୍ରସ୍ତୁତ ହୋଇ ପରୀକ୍ଷାଦେବା ବେଳେ ପ୍ରଶ୍ନପତ୍ର ଭୁଲ ଯାହା ପଢ଼ିବା ଏବଂ ବୁଝିବା ଯୋଗ୍ୟ ନୁହେଁ ସେଥିରେ ସେମାନଙ୍କ ମାନସିକ ଅବସ୍ଥା କଣ ହୋଇଥିବ ସରକାର ଚିନ୍ତା କରିବା ଆବଶ୍ୟକ ବୋଲି ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ କହିଛନ୍ତି । ପ୍ରଶ୍ନପତ୍ରର ଫାଇନାଲ ପ୍ରୁଭ ବା ପ୍ରିଟିଂ ପ୍ରୁଭ୍‌କୁ ଦାୟିତ୍ୱରେ ଥିବା ଅଧିକାରୀଜଣକ ଦେଖିନାହାନ୍ତି ନାଁ ଓଡିଆ ଜାଣିନାହାନ୍ତି ତାହା ସରକାର ସ୍ପଷ୍ଟ କରନ୍ତୁ । ଯେଉଁ ହଜାର ହଜାର ପରୀକ୍ଷାର୍ଥୀଙ୍କର ପରିଶ୍ରମ,ସମୟ ଓ ଅର୍ଥ ନଷ୍ଟ ହେଲା ଏବଂ ସରକାରଙ୍କ ରାଜସ୍ୱରୁ ଖର୍ଚ୍ଚ ହେଲା ତାହାର ଭରଣା କରିବ କିଏ? ଓଡ଼ିଶାରେ ଓଡିଆ ଭାଷାର ଏପରି ତ୍ରୁଟି ପାଇଁ ରାଜ୍ୟ ସରକାରଙ୍କ ଓଡ଼ିଆ ବିରୋଧୀ ମନୋଭାବକୁ ସ୍ପଷ୍ଟ କରୁଛି । ଓଡ଼ିଶା ଭାଷାକୁ କଦର୍ଥ କରିବା ଓ ହଜାର ହଜାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳିଥିବାରୁ ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ ବୋଲି ଶ୍ରୀ ମଲ୍ଲିକ ଦାବି କରିଛନ୍ତି ।

Leave A Reply

Your email address will not be published.