ଓଡ଼ିଶାରୁ ଅଶ୍ୱିନୀ ବୈଷ୍ଣବ ତୃତୀୟ ରାଜ୍ୟସଭା ପ୍ରାର୍ଥୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କଳ୍ପନାଜଳ୍ପନାର ହେଲା ଅନ୍ତ ।  ତୃତୀୟ ପ୍ରାର୍ଥୀ ନେଇ ହଟିଲା ସସ୍‌ପେନ୍ସ।ଓଡ଼ିଶାରୁ ଅଶ୍ବିନୀ ବୈଷ୍ଣବ ହେଲେ ରାଜ୍ୟସଭା ପ୍ରାର୍ଥୀ ।ପୁଣି ଓଡ଼ିଶାରୁ ରାଜ୍ୟସଭା ପ୍ରାର୍ଥୀ ହେଲେ ଅଶ୍ବିନୀ । ଅଶ୍ବିନୀଙ୍କ ନାମ ଘୋଷଣା କଲା ବିଜେପି।

ମିଳିଥିବା ସୂଚନା ମୁତାବକ, ଅଶ୍ୱିନୀ ବୈଷ୍ଣବ ହିଁ ହେଉଛନ୍ତି ସେହି ତୃତୀୟ ପ୍ରାର୍ଥୀ ଯିଏକି ଓଡି଼ଶାରୁ ପୁଣିଥରେ ରାଜ୍ୟସଭା ଯିବେ । ଏଥିପାଇଁ ସେ ଆଜିଠାରୁ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି । ୨୦୧୯ ଭଳି ୨୦୨୪ରେ ମଧ୍ୟ ସମାନ ଢଙ୍ଗରେ ଅଶ୍ୱିନୀଙ୍କୁ ସମର୍ଥନ ଦେବ ଶାସକ ଦଳ ବିଜେଡି । ଖାଲି ସେତିକି ନୁହେଁ, ରାଜ୍ୟ ବିଜେପିର ସମସ୍ତ ବିଧାୟକଙ୍କୁ ମଧ୍ୟ ଭୁବନେଶ୍ୱର ଡକାଯାଇଛି । ବୁଧବାର ଓ ଗୁରୁବାର ରାଜ୍ୟ ମୁଖ୍ୟାଳୟ ନଛାଡିବା ଲାଗି ବିଧାୟକଙ୍କୁ ଅଘୋଷିତ ହୁଇପ ଜାରି କରିଛି ଗେରୁଆ ଦଳ । ୨୦୧୯ ଭଳି ୨୦୨୪ରେ ମଧ୍ୟ ସମାନ ଢଙ୍ଗରେ ଅଶ୍ୱିନୀଙ୍କୁ ସମର୍ଥନ ଦେବ ଶାସକ ବିଜୁ ଜନତା ଦଳ ।

ପୁନରାବୃତ୍ତି ହେବାକୁ ଯାଉଛି ୨୦୧୯ ଏପିସୋଡ଼ । ୨୦୨୪ରେ ବି ଓଡିଶାରୁ ରାଜ୍ୟସଭା ଯିବେ ଅଶ୍ୱିନୀ ବୈଷ୍ଣବ । ବିଜେପି ପ୍ରାର୍ଥିତ୍ବ ଓ ବିଜେଡି ସମର୍ଥନରେ ଉଚ୍ଚସଦନକୁ ଯିବେ ଅଶ୍ୱିନୀ । ଆଜି ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରି ପାରନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ସଂଖ୍ୟା ଦୃଷ୍ଟିରୁ ତୃତୀୟ ଆସନ ବି ବିଜେଡି ଜିତିବାର ଯଥେଷ୍ଟ ସମ୍ଭାବନା ରହିଛି । କିନ୍ତୁ ଗତଥର ଭଳି ଏଥର ବି ଗୋଟେ ଆସନ ବିଜେପିକୁ ବିଜେଡି ଛାଡ଼ିବ ବୋଲି ସୂଚନା ମିଳିଛି । ୩ଟି ଆସନ ମଧ୍ୟରୁ ବିଜେଡି ଦୁଇଟି ଆସନରେ ନାମାଙ୍କନ ପତ୍ର ଦାଖଲ କରି ପରୋକ୍ଷରେ ଏହି ସୂଚନା ଦେଇଛି ଯେ ବିଜେପିକୁ ଗୋଟିଏ ଆସନ ମିଳିବ ।

Leave A Reply

Your email address will not be published.