ଏଏସଓ ନିଯୁକ୍ତି ପରୀକ୍ଷା ମାମଲାର ଶୁଣାଣି ହାଇକୋର୍ଟରେ ଶେଷ: ରାୟକୁ ସଂରକ୍ଷିତ ରଖିଛନ୍ତି ହାଇକୋର୍ଟ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ):  ଆସିଷ୍ଟାଣ୍ଟ ସେକ୍ସନ ଅଫିସର(ଏଏସଓ) ନିଯୁକ୍ତି ପରୀକ୍ଷା ମାମଲାର ଶୁଣାଣି ହାଇକୋର୍ଟରେ ଶେଷ ହୋଇଥିବା ବେଳେ ରାୟକୁ ସଂରକ୍ଷିତ ରଖିଛନ୍ତି ହାଇକୋର୍ଟ। ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଉଭୟ ରିଟ ପିଟିସନ ଓ ରିଭ୍ୟୁ ପିଟିସନ ଦାୟର ମାମଲାର ଏକତ୍ର ଶୁଣାଣି ଶେଷ କରି ରାୟକୁ ସଂରକ୍ଷିତ ରଖିଛନ୍ତି। ଏଏସଓ ପରୀକ୍ଷାରେ ଓଡିଶା ଲୋକସେବା ଆୟୋଗ ପକ୍ଷରୁ ଧାର୍ଯ୍ୟ ହୋଇଥିବା କଟ ଅପ ମାର୍କକୁ ନେଇ କିଛି ଆଶାୟୀଙ୍କ ପକ୍ଷରୁ ପୂର୍ବରୁ ରୁଜୁ ହୋଇଥିଲା ମାମଲା। ରୁଲ ବାହାରକୁ ଯାଇ କଟ ଅପ ମାର୍କ ଓପିଏସସି ଧାର୍ଯ୍ୟ କରିଛି ବୋଲି ମାମଲାରେ ଦର୍ଶାଯାଇଥିଲା।

ହାଇକୋର୍ଟ ଏଭଳି ପିଟିସନର ଶୁଣାଣି କରି ଏଏସଓ ନିଯୁକ୍ତି ପରୀକ୍ଷାର ଚୂଡାନ୍ତ ମେଧାତାଲିକାକୁ ରଦ୍ଦ କରିଥିଲେ। ଏଏସଓ ପରୀକ୍ଷା ପରିଚାଳନା କରୁଥିବା ଓଡିଶା ଲୋକସେବା ଆୟୋଗ ବେନିୟମ ଭାବେ କଟ ଅପ ମାର୍କ ଧାର୍ଯ୍ୟ କରିଥିବା ଓଡିଶା ହାଇକୋର୍ଟ ଦର୍ଶାଇଥିଲେ। କିନ୍ତୁ ଏହି ମେଧା ତାଲିକାରେ ୧୧୦୪ ଜଣ ପ୍ରାର୍ଥୀ ଯୋଗ୍ୟ ବିବେଚିତ ହୋଇ ସ୍କିଲ ଟେଷ୍ଟ ମଧ୍ୟ ଦେଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମେଧା ତାଲିକାକୁ ବାଦ ପଡୁଥିବା ଆଶାୟୀ ପରୀକ୍ଷାର୍ଥୀ ପୁନଶ୍ଚ ହାଇକୋର୍ଟରେ ରିଟ ପିଟିସନ ଓ ରିଭ୍ୟୁ ପିଟିସନ ଦାୟର କରିଥିଲେ। ୧୧୦୪ ଯୋଗ୍ୟ ପ୍ରାର୍ଥୀଙ୍କ ମଧ୍ୟରୁ କିଛି ପ୍ରାର୍ଥୀ ଏହି ମାମଲା ଦାୟର କରାଯାଇଛି। ସେମାନେ ଦର୍ଶାଇଛନ୍ତି ଯେ, ମାନ୍ୟବର ହାଇକୋର୍ଟ ସେମାନଙ୍କ ପକ୍ଷ ଶୁଣି ନାହାଁନ୍ତି। ତେବେ ସମସ୍ତ ପକ୍ଷଙ୍କୁ ଶୁଣିବା ପରେ ହାଇକୋର୍ଟ ଶୁଣାଣିକୁ ଶେଷ କରିବା ସହିତ ରାୟକୁ ସଂରକ୍ଷିତ ରଖିଛନ୍ତି।

Leave A Reply

Your email address will not be published.