ASO ପରୀକ୍ଷାରେ ଅନିୟମିତତାର ଆସିଲା ରାୟ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): Aso ପରୀକ୍ଷାରେ ଅନିୟମିତତା ଅଭିଯୋଗ ମାମଲା ର ଆସିଲା ରାୟ । ତେବେ ଓପିଏସି ର ଚୟନ ପ୍ରକ୍ରିୟାରେ ତ୍ରୁଟି ନଥିବା ସ୍ପଷ୍ଟ କରିଛନ୍ତି ହାଇକୋର୍ଟ । ରାୟ ଶୁଣାଇ ମେରିଟ ଲିଷ୍ଟ କାଏମ ରଖିଛନ୍ତି କୋର୍ଟ।

ଓପିଏସି ଚୟନ ପ୍ରକ୍ରିୟାରେ କୌଣସି ତ୍ରୁଟି ହୋଇନଥିବା ମାମଲାର ଶୁଣାଣି କରି କହିଛନ୍ତି ହାଇକୋର୍ଟ । ଏହା ପୂର୍ବରୁ ମେ ୧୯ ତାରିଖରେ ହାଇକୋର୍ଟଙ୍କ ଜନକିଆ ଖଣ୍ଡପୀଠଙ୍କ ଏହି ରାୟକୁ ଚାଲେଞ୍ଜ କରି ୩ଟି ଅପିଲ ଦାୟର କରାଯାଇଥିଲା । ଡିଭିଜନ ବେଞ୍ଜ ଏହି ଅପିଲର ଶୁଣାଣି କରି ଜଣିକିଆ ଖଣ୍ଡପୀଠ ଙ୍କ ରାୟକୁ ଖାରଜ କରିଦେଇଛନ୍ତି ଏବଂ ମେରିଟ ଲିଷ୍ଟ କାଏମ ରଖିଛନ୍ତି । ଏହାସହ ୨ ମାସ ଭିତରେ ସାନି ମେରିଟ ଲିଷ୍ଟ ପ୍ରକାଶ କରିବାକୁ ଗତ ମେ ମାସରେ ନିର୍ଦେଶ ଦେଇଥିଲେ ହାଇକୋର୍ଟ ।

ତେବେ ମେଧା ତାଲିକାରୁ ବାଦ ପଡ଼ିଥିବା ପ୍ରାର୍ଥୀମାନେ ହାଇକୋର୍ଟଙ୍କ ଉକ୍ତ ରାୟର ପୁନର୍ବିଚାର କରିବାକୁ ଏକ ରିଟ୍ ପିଟିସନ ସହିତ ରିଭ୍ୟୁ ପିଟିସନ ଦାୟର କରିଥିଲେ । ଉଭୟ ପିଟିସନର ଏକତ୍ର ଶୁଣାଣି କରିଥିଲେ ହାଇକୋର୍ଟ, ନିକଟରେ ୨ଟି ଯାକ ଆବେଦନକୁ ଖାରଜ କରିଥିଲେ ହାଇକୋର୍ଟ ।ପରେ ଆବେଦନକାରୀ ମାନେ ଡିଭିଜନ ବେଞ୍ଚରେ ରିଟ ଆବେଦନ କରିଥିଲେ । ୭୯୬ ଆସିଷ୍ଟାଣ୍ଟ ସେକ୍ସନ ଅଫିସର ବା ଏ ଏସ ଓ ନିଯୁକ୍ତି ପାଇଁ ଓପିଏସସି ପକ୍ଷରୁ ପରୀକ୍ଷା କରାଯାଇଥିଲା । କିନ୍ତୁ ଓପିଏସସି ପ୍ରକାଶ କରିଥିବା ମେଧା ତାଲିକାକୁ ଗତ ମେ ମାସରେ ହାଇକୋର୍ଟ ରଦ୍ଦ କରିଥିଲେ ।

Leave A Reply

Your email address will not be published.