ଆଜି ହରିଆଣାରେ ବିଧାନସଭା ନିର୍ବାଚନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭୋଟ୍‌ ଦେଉଛି ହରିଆଣା। ଆଜି ସକାଳ ୯ଟା ସୁଦ୍ଧା ହରିଆଣାରେ ୯.୫୩ ପ୍ରତିଶତ ମତଦାନ ହୋଇଛି। ସକାଳ ୭ଟାରୁ ହରିଆଣାରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଯାଇଛି। ୯୦ ବିଧାନସଭା ଆସନ ପାଇଁ ଆଜି ସକାଳ ୭ଟାରୁ ଭୋଟ ଗ୍ରହଣ ହେଉଛି। ୨ କୋଟିରୁ ଅଧିକ ଭୋଟର ମତ ଅଧିକାର ସାବ୍ୟସ୍ତ କରିବେ। ଏଥିପାଇଁ ସମସ୍ତ ବୁଥ ପ୍ରସ୍ତୁତ ଅଛି।

ସକାଳୁ ଭୋଟ ଦେବାକୁ ଲୋକଙ୍କ ଭିଡ଼ ଜମିଲାଣି। ଆଜି ୯୦ଟି ଆସନ୍ ପାଇଁ ମତଦାନ ଗ୍ରହଣ କରାଯିବ ଏବଂ ଅକ୍ଟୋବର ୮ ତାରିଖରେ ଭୋଟ ଫଳାଫଳ ଆସିବ । ହରିଆଣାରେ ଚଳିତ ନିର୍ବାଚନ ରୋଚକ ହେବାକୁ ଯାଉଛି । ଶାସକ ଦଳ ବିଜେପି ପୁଣି ଥରେ ବିଜୟୀ ହୋଇ ହ୍ୟାଟ୍ରିକ କରିବା ଲକ୍ଷ୍ୟରେ ରହିଛି। ସେହିପରି ଦୀର୍ଘ ଦିନ ପରେ କ୍ଷମତା ଗାଦିକୁ ଫେରିବା ଆଶା ରଖିଛି କଂଗ୍ରେସ । ଅନ୍ୟପଟେ ଆମ ଆଦମୀ ପାର୍ଟି, ଜେଜେପି-ଆଜାଦ ସମାଜ ପାର୍ଟି, ଆଇଏନଏଲଡି-ପିଏସପି ମେଣ୍ଟ ଭାବେ ଚଳିତ ନିର୍ବାଚନରେ ଭାଗ୍ୟ ପରୀକ୍ଷା କରୁଛନ୍ତି । ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୋଟିଂ ରେକର୍ଡ କରିବା ପାଇଁ ହରିଆଣାବାସୀଙ୍କୁ ଅପିଲ କରିଛନ୍ତି।

ସେ ସୋଶାଲ ମିଡିଆ ହ୍ୟାଣ୍ଡେଲ ଏକ୍ସରେ ପୋଷ୍ଟ କରି କହିଛନ୍ତି, ‘ଆଜି ହରିଆଣା ବିଧାନସଭା ନିର୍ବାଚନ ପାଇଁ ଭୋଟିଂ ଚାଲିଛି। ଗଣତନ୍ତ୍ରର ଏହି ପବିତ୍ର ପର୍ବରେ ଅଂଶଗ୍ରହଣ କରିବାକୁ ମୁଁ ସମସ୍ତ ଭୋଟରଙ୍କୁ ନିବେଦନ କରୁଛି। ଭୋଟ୍ ଦେବାରେ ଏକ ନୂତନ ରେକର୍ଡ ସୃଷ୍ଟି କରନ୍ତୁ। ଏହି ଅବସରରେ ରାଜ୍ୟର ସମସ୍ତ ଯୁବ ବନ୍ଧୁଙ୍କୁ ମୋର ଶୁଭେଚ୍ଛା, ଯେଉଁମାନେ ପ୍ରଥମ ଥର ପାଇଁ ଭୋଟ୍ ଦେବାକୁ ଯାଉଛନ୍ତି।’ଏଥର ହରିଆଣାରେ ମୁଖ୍ୟତଃ ତିନି ପ୍ରମୁଖ ଦଳ ବିଜେପି, କଂଗ୍ରେସ ଓ ଆପ୍ ମଧ୍ୟରେ ସିଧା ଲଢ଼େଇ ହେଉଛି। ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ହରିଆଣାର ୯୦ ବିଧାନସଭା ଆସନ ପାଇଁ ଏଥର ମୈଦାନରେ ଅଛନ୍ତି ୧ ହଜାର ୩୧ ଜଣ ପ୍ରାର୍ଥୀ।

Leave A Reply

Your email address will not be published.