ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀ ପ୍ରସନ୍ନ ସ୍ୱାଇଁ ଗରଫ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସହକାରୀ ଯନ୍ତ୍ରୀଙ୍କୁ ବାନ୍ଧିଲା ଭିଜିଲାନ୍ସ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ (ସିଭିଲ) ପ୍ରସନ୍ନ କୁମାର ସ୍ୱାଇଁଙ୍କୁ ଗିରଫ କରିଛି ଭିଜିଲାନ୍ସ। ତାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଥିଲା। ଏକାକାଳୀନ ୯ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ ଚାଲିଥିବା ନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା।

ପ୍ରସନ୍ନ ସ୍ୱାଇଁଙ୍କ ଭଞ୍ଜନଗର ବାଗଦେବୀ ରୋଡ ସ୍ଥିତ ବାସଭବନ ଓ ୩ ମହଲା ଘର, ଭଞ୍ଜନଗରରେ ଥିବା ୩ ମହଲା ଘର, ନିର୍ମାଣାଧାନ ଦୁଇମହଲା ଘର, ବ୍ରହ୍ମପୁରର ତୁଳସୀନଗରରେ ଥିବା ୪ମହଲା ଘର, ଭଞ୍ଜନଗରର ଅଫିସ୍ ଦୁଇ ସଂପର୍କୀୟଙ୍କ ଘର ଓ ପୈତୃକ ଘର ଭଞ୍ଜନଗର ଥାନା ଅନ୍ତର୍ଗତ ଲୁଡ଼ୁଲୁଡ଼ି ୮ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ପ୍ରସନ୍ନଙ୍କ ନାମରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ଟିମ୍ ଘଟଣାର ତଦନ୍ତ କରି ଆଜି ତାଙ୍କ ଘରେ ଚଢ଼ଉ କରିଛନ୍ତି।  ଏହି ଭିଜିଲାନ୍ସ ଚଢ଼ଉରେ ୭ ଜଣ ଡିଏସପି ଓ ୫ ଜଣ ଏଏସ ଆଇ ଓ ଏଏସଆଇ ଓ ଅନ୍ୟ କର୍ମଚାରୀ ସାମିଲ ହୋଇଥିଲେ। ଚଢ଼ାଉ ବେଳେ ୬ଟି ବହୁତଳ କୋଠା ଠାବ କରାଯାଇଥିଲା। ଯାହାର ଆନୁମାନିକ ମୂଲ୍ୟ ୨କୋଟି ୪୦ଲକ୍ଷ ହେବ।

ସେହିପରି ପ୍ରସନ୍ନଙ୍କର ବ୍ରହ୍ମପୁରର ତୁଳସୀ ନଗରରେ ଏକ ୪ ମହଲା କୋଠା ଠାବ କରିଥିଲା ଭିଜିଲାନ୍ସ। ଯାହାର ମୂଲ୍ୟ ପ୍ରାୟ ୨ କୋଟି ୪୦ ଲକ୍ଷ ଟଙ୍କା ହେବ। ଏଥିସହ କନିଷ୍ଠ ଯନ୍ତ୍ରୀଙ୍କଠାରୁ ୨ଟି ୩ ମହଲା କୋଠା, ୨ଟି ୨ମହଲା କୋଠା, ୫ଟି ପ୍ଲଟ୍ ନଗଦ ୨୩ ଲକ୍ଷ ୯୪ ଲକ୍ଷ ଟଙ୍କା ସମେତ ୨୦୦ଗ୍ରାମ ସୁନା ବି ଜବତ କରାଯାଇଥିଲା। ପ୍ରସନ୍ନ ଠୁଳ କରିଥିବା ସମ୍ପତ୍ତି ବାବଦରେ ଭିଜିଲାନ୍ସ କନିଷ୍ଠ ଯନ୍ତ୍ରୀଙ୍କୁ ପଚରାଉଚରା କରିଥିଲା। ହେଲେ ସମସ୍ତ ସମ୍ପତ୍ତି ବିଷୟରେ ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ କନିଷ୍ଠ ଯନ୍ତ୍ରୀ। ଭିଜିଲାନ୍ସ ଆଜି ପ୍ରସନ୍ନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Comments are closed.