ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ, ” ଭୋଟ ଦେବା ” ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି | ବି. ଏମ. ସି ଏବଂ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ, ଏହି କାର୍ଯକ୍ରମ ଆୟୋଜିତ ହୋଇଥିଲା | ଚଳିତବର୍ଷ ଏହି ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ଅନେକ ଛାତ୍ରୀ, ନୂତନ ଭୋଟର ଭାବରେ, ଭୋଟ ଦେବାକୁ ଯାଉଛନ୍ତି | ସେମାନେ ନିଜର ଭୋଟଦାନ ଅଧିକାରକୁ କିପରି ନିଶ୍ଚିତ ଭାବରେ, ସାବ୍ୟସ୍ତ କରିବେ|
ସେ ସମ୍ପର୍କରେ, ସେଠାରେ ଉପସ୍ଥିତ ବିଦ୍ୟାର୍ଥୀଙ୍କୁ ଅତିଥିଗଣ ନିବେଦନ କରିଥିଲେ | ଏହି କାର୍ଯ୍ୟକ୍ରମ ରେ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା, ପିଜି କାଉନସିଲ ଅଧ୍ୟକ୍ଷ, ପ୍ରଫେସର ଚଣ୍ଡୀ ଚରଣ ରଥ, ରମାଦେବୀ ମହାବିଦ୍ୟାଳୟର କୁଳସଚିବ ଶ୍ରୀମତୀ ଶ୍ୟାମଳୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ | ଏହି ଅବସରରେ, ନଖରା ନିକଟବର୍ତ୍ତୀ (ଏ. ଆଇ. ପି. ଏଚ ) ବିଶ୍ୱବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀଙ୍କ ଦ୍ୱାରା ଏକ ପଥପ୍ରାନ୍ତ ନାଟକ ସହିତ ନୃତ୍ୟଗୀତ ମାଧ୍ୟମରେ ଏହି ଭୋଟର ମାନଙ୍କୁ ସଚେତନ କରାଯାଇଥିଲା |
ଏହା ସହିତ, ବିଶ୍ୱବିଦ୍ୟାଳୟର ସମସ୍ତ ନୂତନ ଭୋଟର ମାନଙ୍କୁ ନୂତନ ଭୋଟର ଚିନ୍ହିତ, ଔପଢୌକନ ପ୍ରଦାନ କରାଯାଇଥିଲା | ଏହାପରେ, ସମସ୍ତ ବିଧ୍ୟାର୍ଥୀଗଣ, ଭୋଟ ସମ୍ପର୍କରେ ନିଜର ଭାବନାକୁ,ଫ୍ଲାକାର୍ଡ ମାଧ୍ୟମରେ ଲେଖି ଜଣାଇଥିଲେ | ଏହା ସହିତ, ଭୋଟଦାନକୁ ନେଇ ନିଜର ଆଭିମୁଖ୍ୟ ସମ୍ପର୍କରେ ମତପୋଷଣ କରିଥିଲେ |