୭୦ ବର୍ଷରେ ସେ ନାଚୁଛନ୍ତି ଓ ୮୦ବର୍ଷରେ ସେ ଗାଉଛନ୍ତି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ୭୦ ବର୍ଷରେ ସେ ନାଚୁଛନ୍ତି ଓ ୮୦ବର୍ଷରେ ସେ ଗାଉଛନ୍ତି । ଆଉ ଯାହାଙ୍କ ନାଚ, ଗୀତ ଦେଖି ସମସ୍ତେ ମନ୍ତ୍ର ମୁଗ୍ଧ ଓ ଆଚମ୍ଭିତ । ଏକଳା ଆଜିର ନୁହେଁ ଏ କଳା ପିଲାଦିନର । ଖେଳିବା କୁଦିବା ବୟସରୁ ଦୁଇ କଳାକାର ଦେଖାଇ ଥିଲେ ନିଜ ଜଲୱା । ଆଜି ଆମେ ଆପଣଙ୍କୁ ଏଭଳି ୨ଜଣ କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ ସେ ହେଉଛନ୍ତି ସଙ୍ଗୀତକାର ଶ୍ୟାମାମଣି ଦେବୀ ଓ ଆଉ ଜଣେ ବିଖ୍ୟାତ ଓଡିିଶୀ ନୃତ୍ୟଶିଳ୍ପୀ କୁମକୁମ ମହାନ୍ତି ।

ଓଡିଶାର ଦୁଇ ସାଧୀକା ପଦ୍ମଶ୍ରୀ ପୁରସ୍କାରରେ ବିଭୂଷିତା । ବୟସ ସୀମାକୁ ପଛରେ ପକାଇ ଆଜି ପର୍ଯ୍ୟନ୍ତ ସେମାନେ ତାଙ୍କର କଳାର ପ୍ରଦର୍ଶନ କରୁଛନ୍ତି । ଶ୍ୟାମାମଣି ଦେବୀ ୮୦ବର୍ଷରୁ ଅଧିକ ବୟସ କିନ୍ତୁ ସେ ଏବେ ବି ସଙ୍ଗୀତ କଳାରେ ନିପୁଣା । ସେ ଗାଆନ୍ତି ଲୋକେ ମାନେ ସେମିତି ମନମୁଗ୍ଧ ହୋଇ ଶୁଣୁ ଥାନ୍ତି । ପ୍ରେକ୍ଷାଳୟରେ ଯେତେ ବେଳେ ସମସ୍ତେ ଶୁଣନ୍ତି ତାଙ୍କ ଗୀତ ସେତେ ବେଳେ ସମସ୍ତେ ନୀରବ ଓ ସ୍ତବଦ ହୋଇ ଖାଲି ତାଙ୍କୁ ହିଁ ଶୁଣିଥାନ୍ତି । ଶ୍ୟାମାମଣି ଦେବୀ ଯେତେ ବେଳେ ଗାଇଥାନ୍ତି ସେତେ କଳାବିକାଶ କେନ୍ଦ୍ର ହେଉକି ସହିଦଭବନ ହେଉକି ଭଞ୍ଜକଳା ମଣ୍ଡପ ହେଉ ସେ ନିଜେ ହାରମୋନିଅମ ବଜାଇ ଗୀତ ଗାଇଥାନ୍ତି । ଏତେ ବୟୟ ହୋଇ ମଧ୍ୟ ତାଙ୍କ ହାତ ଥରେ ନାହିଁ କି ତାଙ୍କ କଣ୍ଠ ଥରେ ନାହିଁ ।

ସେତେ ଯେମିତି ତାଙ୍କ କଣ୍ଠରେ ମା ସରସ୍ୱତୀ ବାସ କରିଛନ୍ତି । ଏତେ ବର୍ଷ ବୟସ ହୋଇ ମଧ୍ୟ ପଦ୍ମଶ୍ରୀ ଶ୍ୟାମାମଣି ଦେବୀ ଏବେ ବି ଗୀତ ଗାଉଛନ୍ତି । ସଙ୍ଗୀତ ସାଧନା ତାଙ୍କର ଶେଷ ହୋଇ ନାହିଁ । ସେପଟେ କୁମକୁମ ମହାନ୍ତି ୭୦ରୁ ଅଧିକ ବର୍ଷ ହୋଇସାରିଲାଣି । ସେ ଏବେ ବି ପାଦରେ ନୁପୂର ବାନ୍ଧନ୍ତି । ଏବଂ ତାଙ୍କ ପାଦର ତାଳେ ତାଳେ ପ୍ରେକ୍ଷାଳୟରେ ଥିବା ସମସ୍ତ ଦର୍ଶକ ତାଳି ମାରି ଝୁମି ଉଠନ୍ତି । ସେ ହେଉଛନ୍ତି ଓଡିଶୀ ନୃତ୍ୟର ସାଧିକା । ୨ କଳାକାରଙ୍କ ବୟସ ସରି ନାହିଁ ତାଙ୍କ ସେ କଳା ସତେ ଯେମିତି ବୟସସୀମାକୁ ଅଟକାଇ ଦେଇଛି । ଏଇ ଦୁହିଁ କଳାକାରଙ୍କ ଏଣ୍ଡୁଡିଶାଳା ହେଉଛି କଟକ । ସେଇଠୁ ଆରମ୍ଭ କରିଥିଲେ ସଂଘର୍ଷ । ଉଭୟଙ୍କ ପ୍ରତିଭାରେ ଆମ ସଂସ୍କୃତି, ଆମ ପ୍ରାଚୀନ ପରମ୍ପରା ଓ ଐତିହରେ ଓଡିଶା ଗର୍ବିତ |

Leave A Reply

Your email address will not be published.