ଭିଜିଲାନ୍ସ ଜାଲରେ RI

0

ଓଡ଼ିଆ ନ୍ୟୁଜ୍: ଭିଜିଲାନ୍ସ ଜାଲରେ ଅନୁଗୁଳ ଆଠମଲ୍ଲିକ ଉପକଣ୍ଠ ଟୁସର ରାଜସ୍ୱ ନିରୀକ୍ଷକ।ଲାଞ୍ଚ ନେବାବେଳେ RI ସୁରେନ୍ଦ୍ର ଦାସଙ୍କୁ ମାଡ଼ି ବସିଲା ଭିଜିଲାନ୍ସ।ଜଣେ ବ୍ୟକ୍ତିଙ୍କ ଜମି ଚିହ୍ନଟ ପାଇଁ ୬ ହଜାର ଟଙ୍କା ଲାଞ୍ଚ ନେଉଥିଲେ।  ଏଥିପାଇଁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଆରଆଇ । ପ୍ରଥମେ ୨ ହଜାର ଟଙ୍କା ନେଇଥିଲେ ।

ବକେୟା ଲାଞ୍ଚ ୮ ହଜାର ଟଙ୍କା ମାଗିଥିଲେ ଆରଆଇ । ପରେ ୬ ହଜାର ଟଙ୍କାକୁ ଖସିଥିଲେ । ଲାଞ୍ଚ ନେବାବେଳେ ମାଡି ବସିଲା ଭିଜିଲାନ୍ସ । ଟ୍ରାପ ପରେ ଆରଆଇଙ୍କ ତିନୋଟି ସ୍ଥାନରେ ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ ।

Leave A Reply

Your email address will not be published.