ଭଣ୍ଡାରିପୋଖରୀ ବ୍ଲକ ମଞ୍ଜୁରୀରୋଡ଼ ବଜାର ଠାରେ ଗତ ସପ୍ତାହରେ ଜିଲ୍ଲା ଛାତ୍ର ବିଜେଡି ସଭାପତି ଦିପ୍ତୀସୂର୍ଯ୍ୟ ବିଶ୍ୱାଳଙ୍କୁ କିଛି ଅସାମାଜିକ ବ୍ୟକ୍ତି ମାନେ ମରଣାନ୍ତକ ଆକ୍ରମଣ କରିଥିଲେ। ଅସାମାଜିକ ବ୍ୟକ୍ତି ମାନେ ବିଭିନ୍ନ ସମୟରେ ବେଆଇନ କାର୍ଯ୍ୟ କରିଆସୁଥିବାବେଳେ ଏହାକୁ ଶ୍ରୀ ବିଶ୍ୱାଳ ତୀଵ୍ର ବିରୋଧ କରୁଥିଲେ। ସେମାନେ ଏଥିରେ ଉତକ୍ଷିପ୍ତ ହୋଇ ଘଟଣା ଦିନ ଏକ ଉନ୍ନୟନ ମୂଳକ କାର୍ଯ୍ୟକୁ ନେଇ ଆକ୍ରୋଶ ମୂଳକ ଭାବେ ଛାତ୍ର ସଭାପତିଙ୍କୁ ଆକ୍ରମଣ କରିଥିଲେ। ଏନେଇ ଥାନାରେ ପ୍ରାୟ ୧୧ରୁ ଅଧିକ ଲୋକଙ୍କ ନାମରେ ମାମଲା ରୁଜ୍ଜୁ ହୋଇଥିବା ବେଳେ ଅଭିଯୁକ୍ତ ମାନେ ଦୁଇ ସପ୍ତାହ ହେବ ଫେରାର ଥିଲେ। ଘଟଣା ଟି ପୁଲିସ ପାଇଁ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଥିବା ବେଳେ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ଥାନା ପକ୍ଷରୁ ଟିମ ଗଠନ କରାଯାଇଥିଲା। ଗତ ସୋମବାର ବିଳମ୍ବିତ ରାତ୍ରିରେ ଏକ ଅଜ୍ଞାତ ସ୍ଥାନରୁ ପୁଲିସ ୫ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିଥିବା ଜଣାପଡିଛି। ଆକ୍ରମଣ ରେ ସାମିଲ ଥିବା ଅଭିଯୁକ୍ତ ଅନୀଲ କର, ବିଶ୍ୱଜିତ କର, ସଞ୍ଜୟ ସାହୁ, ସୁବାଷ ସେନାପତି, ମନୋଜ ପରିଡା କୁ ଗିରଫ କରାଯାଇ ଡାକ୍ତରୀ ମଇନା କରାଯାଇ କୋର୍ଟ ପଠାଯାଇଛି। ଅନ୍ୟମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ସୂଚନା ଦିଆଯାଇଛି।