ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଡିସେମ୍ବର ୧୯ରେ ଦୁବାଇରେ ଇଣ୍ଡିଆନ୍ ଲିଗ୍ ୨୦୨୪ ସଂସ୍କରଣ ପାଇଁ ନିଲାମୀ ଡକାଯିବ । ୩୩୩ ଜମ ଖେଳାଳିଙ୍କ ଉପରେ ୧୦ ଫ୍ରାଞ୍ଚାଇଜଙ୍କ ନଜର ରଖିଛନ୍ତି । ଗୁଜୁରାଟ ପକେଟରେ ସର୍ବାଧିକ ଟଙ୍କା ରହିଛି । ୨ କୋଟି ବେସ ପ୍ରାଇସରେ ୨୩ ଖେଳାଳି ବେସ ପ୍ରାଇସରେ ୨୩ ଖେଳାଳି ରହିଛନ୍ତି । ଏଥିମଧ୍ୟରୁ ୩ ଜଣ ଭାରତୀୟ ଖେଳାଳି ବର୍ସଲ ପଟେଲ , ଉମେଶ ଯାଦବ ଏବଂ ଶାର୍ଦୁଲ ଠାକୁରଙ୍କ ନାଁ ରହିଛି । ତେବେ ୨୦୨୪ ଆଇପିଏଲ ରିଷଭ ପନ୍ତ ଖେଳିବା ନେଇ ସଙ୍କେତ ଦେଇଛି ଦିଲ୍ଲୀ କ୍ୟାପିଟାଲ୍ସ ।
ଯେଉଁ ଖେଳାଳି ନିଲାମୀରେ ସାମିଲ ହେବେ ସେମାନଙ୍କ ତାଲିକା ପ୍ରକାଶ ପାଇଛି । ଏହି ତାଲିକାରେ ବିଶ୍ୱକପ୍ ବିଜେତା ଦଳର ଅଷ୍ଟ୍ରେଲିଆ ଖେଳାଳି ଟ୍ରାଭିସ୍ ହେଡ୍ ଏବଂ ପ୍ୟାଟ୍ କମିନ୍ସଙ୍କ ନାମ ମଧ୍ୟ ରହିଛି । ଗୁଜୁରାଟ ଟାଇଟାନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସକୁ ଯାଇଛନ୍ତି । ଯିଏକି ସବୁଠୁ ଦାମୀ ଖେଳାଳି ରହିଛନ୍ତି ।ସୂଚନାନୁସାରେ, ୨ କୋଟି ଟଙ୍କା ସର୍ବାଧିକ ମୂଳ ମୂଲ୍ୟ ଥିବା ବେଳେ ୨୩ ଜଣ ଖେଳାଳି ଏହି ସ୍ଲଟରେ ସେମାନଙ୍କର ନାମ ପଞ୍ଜିକରଣ କରିଛନ୍ତି। ସେହିପରି ୧୩ ଖେଳାଳି ୧.୫ କୋଟି ଟଙ୍କା ମୂଲ୍ୟର ନିଲାମ ତାଲିକାରେ ଅଛନ୍ତି। ଏହି ତାଲିକାରେ ଓଡ଼ିଶାର ଦୁଇ ଖେଳାଳି ବ୍ୟାଟର ଶୁଭ୍ରାଂଶୁ ସେନାପତି ଏବଂ ଲେଗ ସ୍ପିନର ମୁସ୍ତାକ ବେଗଙ୍କୁ ସ୍ଥାନ ମିଳିଛି।
ଏହି ତାଲିକାରେ ବିଶ୍ୱକପ୍ ବିଜେତା ଦଳର ଅଷ୍ଟ୍ରେଲିଆ ଖେଳାଳି ଟ୍ରାଭିସ୍ ହେଡ୍ ଏବଂ ପ୍ୟାଟ୍ କମିନ୍ସଙ୍କ ନାମ ମଧ୍ୟ ରହିଛି । ଗୁଜୁରାଟ ଟାଇଟାନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସକୁ ଯାଇଛନ୍ତି । ଯଏକି ସବୁଠୁ ଦାମୀ ଖେଳାଳି ରହିଛନ୍ତି ।