ଓଡ଼ିଆ ନ୍ୟୁଜ୍: ସ୍କୁଲରେ ଲଜ୍ଜା । ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ଜ୍ଞାନ ହରାଇଲେ ଜ୍ଞାନଦାତା । ଛାତ୍ରୀଙ୍କୁ ବି ଛାଡ଼ିଲେନି ଶିକ୍ଷକ । ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ନେଇ ତିନି ଶିକ୍ଷକଙ୍କ ବିରୋଧରେ ସାଂଘାତିକ ଅଭିଯୋଗ । ଏଭଳି ଲଜ୍ଜାଜନକ ଘଟଣା ଘଟିଛି କେନ୍ଦ୍ରାପଡ଼ା ରାଜକନିକାରେ ଏକ ଘରୋଇ ଇଂଲିଶ ମିଡିୟମ ସ୍କୁଲରେ । ଏକ ଘରୋଇ ଇଂଲିଶ ମିଡିୟମ ସ୍କୁଲରେ ୭ମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ ।
ସ୍କୁଲ ପରିସରରେ ଲଜ୍ଜା କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅଞ୍ଚଳରେ ଏକ ଘରୋଇ ଇଂଲିସ୍ ମିଡିୟମ ସ୍କୁଲରେ ଜଣେ ୭ମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବାର ଅଭିଯୋଗ ହୋଇଛି । ଏନେଇ ପୀଡ଼ିତାଙ୍କ ମାଆ କେନ୍ଦ୍ରାପଡା ଜିଲା CWCଙ୍କ ନିକଟରେ ଲିଖିତ ଭାବେ ଅବଗତ କରିଛନ୍ତି । CWC ଅବଗତ ହେବାପରେ ଏହି ଘଟଣାକୁ ଗୁରୁତର ସହ ନେଇଥିବା ବେଳେ ସମ୍ପୃକ୍ତ ସ୍କୁଲକୁ ଯାଇ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।