ଆୟୋତଲ୍ଲା ଆରାଫି ଇରାନର ମଧ୍ୟବର୍ତ୍ତୀକାଳୀନ ମୁଖ୍ୟ

0

ଓଡ଼ିଆ ନ୍ୟୁଜ୍: ଆୟୋତଲ୍ଲା ଆରାଫି ଇରାନର ମଧ୍ୟବର୍ତ୍ତୀକାଳୀନ ସର୍ବୋଚ୍ଚ ନେତା।ଖାମନେଇଙ୍କୁ ହତ୍ୟା ପରେ ଆୟୋତଲ୍ଲା ଆରାଫିଙ୍କୁ ନିଯୁକ୍ତିଆମେରିକା। ଇସ୍ରାଏଲର ମିଳିତ ବିମାନ ଆକ୍ରମଣରେ ଅୟାତୁଲ୍ଲା ଅଲି ଖାମେନିଙ୍କ ହତ୍ୟା ପରେ ବରିଷ୍ଠ ଧର୍ମଗୁରୁ ଅୟାତୁଲ୍ଲା ଅଲିରେଜା ଆରାଫି ଇରାନର ଅନ୍ତରୀଣ ସରକାର ସର୍ବୋଚ୍ଚ ନେତା ଭାବରେ କାର୍ଯ୍ୟ କରିବେ। ଏନେଇ ଇରାନ ସରକାରୀ ସମାଚାର ଏଜେନ୍ସି ISNA ରିପୋର୍ଟ ପ୍ରକାଶ କରିଛି।

ଖାମେନିଙ୍କ ହତ୍ୟା ପରେ ଇରାନ ଏହାର ସମ୍ବିଧାନର ଧାରା ୧୧୧କୁ ବ୍ୟବହାର କରିଛି। ଏଥିରେ ଜରୁରୀକାଳୀନ ନେତୃତ୍ୱ ବ୍ୟବସ୍ଥା ନେଇ ନିୟମ ରହିଛି। ଯେଉଁଥିରେ ତିନି ସଦସ୍ୟ ବିଶିଷ୍ଟ ପରିଷଦ ସର୍ବୋଚ୍ଚ ନେତାଙ୍କ କ୍ଷମତା ଗ୍ରହଣ କରିଥାନ୍ତି। ସ୍ଥାୟୀ ଉତ୍ତରାଧିକାରୀ ନ ଆସିବା ପର୍ଯ୍ୟନ୍ତ ଏମାନେ ଦେଶର ସର୍ବୋଚ୍ଚ କ୍ଷମତାରେ ରହିବେ। ଅୟାତୁଲ୍ଲା ଅଲିରେଜା ଆରାଫି ଏହି ୩ ଜଣିଆ ସଦସ୍ୟ ବିଶିଷ୍ଟ ଅନ୍ତରୀଣ ସରକାରର ଜୁରି ମେମ୍ବର ରହିବେ। ସାମ୍ବିଧାନିକ ଫର୍ମୁଲା ଅନୁସାରେ ଏହି ବ୍ୟବସ୍ଥା କରାଯାଇଛି।

Leave A Reply

Your email address will not be published.