ଓଡ଼ିଆ ନ୍ୟୁଜ୍: NHMରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ ଆୟୁଷ ଡାକ୍ତରଙ୍କ ଦରମା ବଢ଼ିଲା। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହେଲା ସୂଚନା। ବରିଷ୍ଠତା ଭିତ୍ତିରେ ୨୦ ହଜାର ଟଙ୍କାରୁ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି।ଆୟୁଷ ଡାକ୍ତରମାନଙ୍କ ସର୍ବନିମ୍ନ ଦରମା ୫୬, ୯୪୮ ଟଙ୍କା। ବରିଷ୍ଠ ଡାକ୍ତରଙ୍କ ଦରମା ୪୦ ହଜାର ଟଙ୍କା ବୃଦ୍ଧି ପାଇ ୯୧, ୪୬୭ ଟଙ୍କା । ରାଜ୍ୟରେ ବର୍ତ୍ତମାନ ୨୯୧୨ ଜଣ ଆୟୁଷ ଡାକ୍ତର କାର୍ଯ୍ୟ କରୁଛନ୍ତି। ଆୟୁଷ ସ୍ବାସ୍ଥ୍ୟସେବାରେ ଅଧିକ ଉନ୍ନତି ଆସିବ କହିଲେ ମୁଖ୍ୟମନ୍ତ୍ରୀ।
ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ NHMରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ ଆୟୁଷ ଡାକ୍ତର ମାନଙ୍କ ଦରମା ବରିଷ୍ଠତା ଭିତ୍ତିରେ ମାସକୁ ୨୦ ହଜାର ଟଙ୍କାରୁ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ୫ ବର୍ଷରୁ କମ୍ ସମୟ ଅବଧି ପାଇଁ ସେବାରତ ଆୟୁଷ ଡାକ୍ତର ମାନଙ୍କ ଦରମା ମାସକୁ ୨୦ ହଜାର ଟଙ୍କା ବୃଦ୍ଧି ପାଇଛି । ଏହାଦ୍ବାରା ସେମାନଙ୍କ ସର୍ବନିମ୍ନ ଦରମା ୫୬, ୯୪୮ ଟଙ୍କା ହୋଇଛି ।
ସେହିପରି ୫ରୁ ୧୦ବର୍ଷ ମଧ୍ୟରେ ସେବା କରିଥିବା ଡାକ୍ତର ମାନଙ୍କ ଦରମା ମାସକୁ ୨୫ ହଜାର ବୃଦ୍ଧି ପାଇଁ ୭୪,୪୬୭ ଟଙ୍କାରେ ପହଞ୍ଚିଛି । ୧୦ରୁ ୧୫ ବର୍ଷ ସେବା ପାଇଁ ମାସକୁ ୩୦ ହଜାର ଟଙ୍କା ବୃଦ୍ଧି ପାଇ ୮୦,୪୬୭ ହୋଇଥିବା ବେଳେ, ୧୫ ବର୍ଷରୁ ଉର୍ଦ୍ଧ୍ବ ସେବା ପାଇଁ ଆୟୁଷ ଡାକ୍ତର ମାନଙ୍କ ଦରମା ୪୦ ହଜାର ଟଙ୍କା ବୃଦ୍ଧି ପାଇ ୯୧, ୪୬୭ ଟଙ୍କାରେ ପହଞ୍ଚିଛି ।