ଖୁବଶୀଘ୍ର ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା। ପୂର୍ବରୁ ବାଦ ପଡ଼ିଥିବା ହିତାଧିକାରୀମାନଙ୍କୁ ଏହି ଯୋଜନାରେ ସାମିଲ କରାଯିବା ସହିତ ଗୋପବନ୍ଧୁ ସ୍ବାସ୍ଥ୍ୟ ଯୋଜନା ମଧ୍ୟ କାର୍ଯ୍ୟକାରୀ ହେବ। ଆୟୁଷ୍ମାନ ଭାରତ ଯୋଜନାରେ ପୂର୍ବରୁ ବାଦ ପଡ଼ୁଥିବା ବୟସ୍କ ଲୋକମାନେ ଉପକୃତ ହେବା ନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆୟୁଷ୍ମାନ ଭାରତ ଯୋଜନାରେ ୨୭ ହଜାରରୁ ଅଧିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ସୁବିଧା ମିଳିବ ।

ତୃଣମୂଳସ୍ତରରେ ଲୋକଙ୍କୁ ମଧ୍ୟ ସ୍ବାସ୍ଥ୍ୟ ସୁବିଧା ମିଳିବ । ବଜେଟରେ ସ୍ବାସ୍ଥ୍ୟ ସେବା ପାଇଁ ୩୫୫୬ କୋଟି ବ୍ୟବସ୍ଥା ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି । ସେପଟେ ଆୟୁର୍ବେଦ ଦିବସ ଅବସରରେ ଆରମ୍ଭ ହେଲା ଆୟୁଷ୍ମାନ ଭାରତ ପାର୍ଟ-ଟୁ । ୭୦ ବର୍ଷରୁ ଊର୍ଦ୍ଧ୍ୱ ସବୁ ନାଗରିକଙ୍କ ପାଇଁ ମାଗଣା ଚିକିତ୍ସା ସ୍କିମର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଆୟୁଷ୍ମାନ ଭାରତ ଯୋଜନାରେ ୨୭ ହଜାରରୁ ଅଧିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ସୁବିଧା ମିଳିବ। ସୁବିଧାରେ ଲୋକଙ୍କୁ ସ୍ୱାସ୍ଥ୍ୟ ସୁବିଧା ମିଳିବ। ଏହି ଯୋଜନାରେ ୩୫୫୬ କୋଟି ବଜେଟ  ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ, ଆୟୁର୍ବେଦ ଦିବସ ଅବସରରେ ଆରମ୍ଭ ହେଲା ଆୟୁଷ୍ମାନ ଭାରତ ପାର୍ଟ-ଟୁ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୦ ବର୍ଷରୁ ଊର୍ଦ୍ଧ୍ୱ ସବୁ ନାଗରିକଙ୍କ ପାଇଁ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ କରିଛନ୍ତି।

Comments are closed.