ଚେନ୍ନାଇ ଉତ୍କଳ ସମାଜ କାର୍ଯ୍ୟକ୍ରମ ଓ ଫିଲ୍ମ ପ୍ରମୋସନରେ ଭାଗ ନେଲେନି ବାବୁସାନ: ପ୍ରକୃତି କରିଥିଲେ ବାରଣ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ବାବୁସାନ-ତୃପ୍ତି- ପ୍ରକୃତି କଳିର ବିବାଦ ଥମୁନି। ଉଭୟ ପକ୍ଷରୁ ମାମଲା ରୁଜୁ ପରେ କେଉଁଠି ବାବୁସାନ ଓ ପ୍ରକୃତି ଖୋଜା ଚାଲିଛି। ଚେନ୍ନାଇ ଉତ୍କଳ ସମାଜ କାର୍ଯ୍ୟକ୍ରମରେ ଭାଗ ନେବାକୁ ଯାଇ ସେଥିରେ ଭାଗ ନେଲେନାହିଁ। ସେଥିପାଇଁ ଭିଡିଓ ବି ଜାରି କଲେ। କିନ୍ତୁ ଦାମନ ଟିମ୍‌ ଯାଇ ଫିଲ୍ମର ପ୍ରମୋସନ କରିଛନ୍ତି। ଯାହାର ଫଟୋ ମଧ୍ୟ ରହିଛି। ଚେନ୍ନାଇରେ ଥାଇ ମଧ୍ୟ କାହିଁକି ଫିଲ୍ମ ପ୍ରମୋସନରେ ଗଲେନି ବାବୁସାନ ସେନେଇ ଉଠିଛି ପ୍ରଶ୍ନ।

ସେପଟେ ପ୍ରକୃତିଙ୍କ ବାପା ଓ ମା ମଧ୍ୟ ଚେନ୍ନାଇରେ ପହଞ୍ଚିଛନ୍ତି। ବାବୁସାନ ଓ ପ୍ରକୃତି ରହୁଥିବା ହୋଟେଲକୁ ଯାଇଥିଲେ ପ୍ରକୃତିଙ୍କ ବାପା ଓ ମା। ତାଙ୍କ ସାଥିରେ ଫେରିଆସିବାକୁ ପ୍ରକୃତିଙ୍କୁ କହିଥିଲେ ମଧ୍ୟ ଏଥିରେ ରାଜି ହୋଇନଥିଲେ ପ୍ରକୃତି। ସେପଟେ ଫିଲ୍ମ ପ୍ରମୋସନରେ ବାବୁସାନଙ୍କୁ ଯିବାକୁ ପ୍ରକୃତି ବାରଣ କରିଥିବା ଜଣାପଡ଼ିଛି। ସେ ଯାଉନଥିବାରୁ ବାବୁସାନ ମଧ୍ୟ ନଯାଆନ୍ତୁ ବୋଲି କହିଥିଲେ ପ୍ରକୃତି। ଗତକାଲି ରାତି ୧୦ଟାରେ କିନ୍ତୁ ବାବୁସାନ ଓ ପ୍ରକୃତି ହୋଟେଲରୁ ଚେକ୍‌ଆଉଟ କରିଛନ୍ତି। ତେବେ ହୋଟେଲ ଛାଡ଼ି ଗଲେ କୁଆଡ଼େ? ଉଭୟ ମୁମ୍ବାଇ ଚାଲିଯାଇଥିବା ଅନୁମାନ କରାଯାଉଛି।

Leave A Reply

Your email address will not be published.