ପଦାରେ ପଡିଲା ବାବୁସାନ ଓ ପ୍ରକୃତି ମିଶ୍ରଙ୍କ ପରକୀୟା ପ୍ରୀତି, ରାସ୍ତାରେ ପିଟିଲେ ବାବୁସାନଙ୍କ ସ୍ତ୍ରୀ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ୱରର ସତ୍ୟନଗର ଅଞ୍ଚଳରେ ଆଜି ସକାଳୁ ସକାଳୁ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଦୃଶ୍ୟଟି ହେଉଛି, ଓଲିଉଡ୍ ର ସୁପର ଷ୍ଟାର୍ ବାବୁସାନ୍ ଙ୍କ ସହ କାର୍ ରେ ଯାଉଥିବା ଷ୍ଟାର୍ ବାନ୍ଧବୀ ପ୍ରକୃତି ମିଶ୍ରଙ୍କ ଚୁଟି ଧରି ଘୋଷାଡ଼ି ଆଣୁଛନ୍ତି ବାବୁସାନ୍ ଙ୍କ ପତ୍ନୀ । ଆଉ ପ୍ରକୃତି ଏକ ଅଟୋରେ ସେଠାରୁ ଖସିଯିବାକୁ ଉଦ୍ୟମ କଲା ବେଳେ ବାବୁସାନ୍ ଙ୍କ ପତ୍ନୀ ତାଙ୍କୁ ଗୋଡ଼େଇ ଗୋଡ଼େଇ ପିଟୁଛନ୍ତି । ଏହି ଦୃଶ୍ୟ ଏବେ ସୋସିଆଲ୍ ମିଡ଼ିଆରେ ଜୋରସୋର ଭାଇରାଲ୍ ହେଉଛି ।

ଆଜି ସକାଳେ ପ୍ରକୃତି ମିଶ୍ରଙ୍କୁ କାର୍ ରେ ବସାଇ ବାବୁସାନ୍ ରାଜମହଲ ଆଡକୁ ଆସୁଥିଲେ । ସତ୍ୟନଗରରସ୍ଥିତ ପାଢ଼ୀ ଟିଉଟୋରିଆଲ୍ ସାମନାରେ କିଛି ଯୁବକଙ୍କ ସହ ଜଣେ ମହିଳା କାର୍ କୁ ହଠାତ ଅଟକାଇଥିଲେ । ଏହି ମହିଳା ଜଣଙ୍କ ଥିଲେ ବାବୁସାନ୍ ଙ୍କ ପତ୍ନୀ ତୃପ୍ତି ଶତପଥୀ । କାର୍ ଡୋର୍ ପେଲି ସେ ସ୍ୱାମୀ ବାବୁସାନ୍ ଙ୍କ ପାଖକୁ ମାଡ଼ି ଯାଇଥିଲେ । ଗାଳିଗୁଲଜ କରିବା ସହ ତାଙ୍କ ସାର୍ଟକୁ ଧରି ଟିଙ୍କାଝିଙ୍କି କରିଥିଲେ । ତାହାପରେ କାର୍ ପଛସିଟ୍ କୁ ଚାଲିଯାଇ ଆଗରେ ବସିଥିବା ପ୍ରକୃତି ମିଶ୍ରଙ୍କ ଚୁଟିକୁ ଜୋର୍ ଟାଣି ଧରିଥିଲେ । ତୁ ମୋ ପରିବାରକୁ ନଷ୍ଟ କରିଛୁ ବୋଲି ଚିଲ୍ଲାଇଥିଲେ ।

ପ୍ରକୃତି ନିଜକୁ ରକ୍ଷା କରିବା ପାଇଁ ସେଠାରେ ଉପସ୍ଥିତ ଅନ୍ୟମାନଙ୍କୁ ହାତଯୋଡି ସାହାଯ୍ୟ ମାଗିଥିଲେ । ତା’ପରେ କାର୍ ଖୋଲି ରାସ୍ତାରେ ଯାଉଥିବା ଏକ ଅଟୋ ପାଖକୁ ଦୌଡ଼ିଥିଲେ । ବାବୁସାନ୍ ଙ୍କ ପତ୍ନୀ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ । ଏ ଝିଅ ମୋ ପରିବାର ନଷ୍ଟ କରିଛି ବୋଲି ତୃପ୍ତି ଚିଲାଉଥିବା ବେଳେ ଏ ଲେଡି ପାଗଳ ହୋଇଯାଇଛି ବୋଲି ପ୍ରକୃତି ପାଟି କରୁଥିବା ଏହି ଭିଡିଓରୁ ଦେଖିବାକୁ ମିଳିଛି ।

ସୋସିଆଲ୍ ମିଡ଼ିଆରେ ଏହି ଦୃଶ୍ୟ ଭାଇରାଲ୍ ହେବା ପରେ ବିଭିନ୍ନ ଗଣମାଧ୍ୟମକୁ ବାବୁସାନ୍ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଚେନ୍ନାଇରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସେ ସେ ଏବଂ ତାଙ୍କର ଫିଲ୍ମ ଟିମ୍ ଆମନ୍ତ୍ରିତ ହୋଇଥିଲେ । ସେଠାରେ ଉକ୍ରଳ ଦିବସ ସମାରୋହରେ ଯୋଗଦେବା ସହ ତାଙ୍କର ଆଗାମୀ ଫିଲ୍ମର ପ୍ରମୋସନ୍ କାର୍ଯ୍ୟକ୍ରମ ଥିଲା । ଏହି ଫିଲ୍ମରେ ତାଙ୍କର କୋ ଆକ୍ଟର ଅଛନ୍ତି ପ୍ରକୃତି ମିଶ୍ର । ଚେନ୍ନାଇ ଯିବା ପାଇଁ ସେ ତାଙ୍କୁ ଘରୁ ପିକ୍ କରି ଏୟାରପୋର୍ଟ ଯାଉଥିବା ବେଳେ ଏହି ଘଟଣା ଘଟିଛି ।

ଏହି ଘଟଣାରେ ସେ ଅତ୍ୟନ୍ତ ମର୍ମାହତ ବୋଲି ବାବୁସାନ୍ କହିଛନ୍ତି । ଏହି କାଣ୍ଡ ଭିଆଇଥିବା ନିଜ ପତ୍ନୀଙ୍କ ବିରୋଧରେ ସେ ବିଷୋଦଗାର କରି ନ ଥିଲେ ମଧ୍ୟ ଫିଲ୍ମ ଲାଇନ୍ କଥା ସେ ବୁଝିନାହାନ୍ତି ବୋଲି ଦୁଃଖପ୍ରକାଶ କରିଛନ୍ତି । ପ୍ରକୃତି ତାଙ୍କର ପିଲାଦିନର ସାଙ୍ଗ । ସେମାନେ ଏକାଠି ଫିଲ୍ମ କରୁଛନ୍ତି । ପୁଅ ଝିଅ ମିଶି ଫିଲ୍ମ କରିବା ସାଧାରଣ କଥା । ଆମ କାମ ହିଁ ସେୟା । ମୋ ପତ୍ନୀ ତାହାକୁ ବୁଝିବା ଦରକାର ବୋଲି ସେ କହିଛନ୍ତି ।ଅନ୍ୟପକ୍ଷରେ ତୃପ୍ତିଙ୍କ ଆଚରଣ ତାଙ୍କର ମାନହାନି କରିଛି ବୋଲି ପ୍ରକୃତି ମିଶ୍ର କହିଛନ୍ତି । ଏଥିନେଇ ସେ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି ।

ବାବୁସାନ୍ ଙ୍କ ଏହି ତଥାକଥିତ ପରିକୀୟା ପ୍ରତି ବିବାଦ ଏବେ ସବୁଆଡ଼େ ଚର୍ଚ୍ଚାର ବିଷୟ ହୋଇଛି । ତୃପ୍ତିଙ୍କୁ ପ୍ରେମ ବିବାହ କରିଥିବା ବାବୁସାନ୍ ଙ୍କର ଗୋଟିଏ ପୁଅ ଅଛି । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ମନୋମାଳିନ୍ୟ ଯୋଗୁଁ ତୃପ୍ତି ଏବେ ଅଲଗା ରହୁଥିବା ଜଣାପଡ଼ିଛି । ଓଲିଉଡ୍ ର କିମ୍ବଦନ୍ତୀ ଷ୍ଟାର୍ ଉତ୍ତମ ମହାନ୍ତି ଏବଂ ଅପରାଜିତା ମହାନ୍ତିଙ୍କ ପୁଅ ହେଉଛନ୍ତି ବାବୁସାନ୍ ।

Leave A Reply

Your email address will not be published.