ଅଂଟା ପିଠି ବିନ୍ଧାରୁ ମୁକ୍ତି ପାଇବାର ଉପାୟ

0

ଶୀତ ଦିନେ ଆପଣମାନେ ଜାଣନ୍ତି ବିଭିନ୍ନ ରୋଗ ଦେଖାଯାଇଥାଏ । ବିଶେଷ କରି ଶରୀରରେ ଅଂଟା ପିଠି ବିନ୍ଧା ହେବା ମଧ୍ୟ ଅନେକ କହିଥାନ୍ତି । ଆପଣଙ୍କର ଯଦି ଏଭଳି ସମସ୍ୟା ରହିଛି ତେବେ ଆମେ ଆପଣଙ୍କୁ କିଛି ଟିପସ ଦେବୁ । ଯାହା ଦ୍ୱାରା ଆପଣ ସୁସ୍ଥ ଅନୁଭବ କରିବା ସହିତ ରୋଗରୁ ବି ମୁକ୍ତି ପାଇପାରିବେ । ଶୀତ ଦିନେ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ଲୋକଙ୍କ ପର‌୍ୟ୍ୟନ୍ତ , ସମସ୍ତଙ୍କ କ୍ଷେତ୍ରରେ ଅଣ୍ଟା ଓ ପିଠି ଯନ୍ତ୍ରଣା ଏକ ବଡ ସମସ୍ୟା । ଏହି ସମସ୍ୟାର ବିଭିନ୍ନ କାରଣ ରହିଛି । ଏଥିରୁ ଉପଶମ ପାଇବା ପାଇଁ କେହିକେହି ବିଭିନ୍ନ ପ୍ରକାରର ଔଷଧ ଖାଆନ୍ତି ତ , କେହିକେହି ଘରୋଇ ଉପଚାର ଅବଲମ୍ବନ କରନ୍ତି । ତେବେ ଏହି ସମସ୍ୟା ପାଇଁ ଯୋଗ ପ୍ରାଣାୟାମର ଭୂମିକା ଗୁରୁତ୍ୱପୂର୍ଣ୍ଣ । ତେବେ ଆସନ୍ତୁ ଜାଣିବା ଏଥିରୁ ମୁକ୍ତି ପାଇବାର ଉପାୟ ସମ୍ପର୍କରେ । ଅଂଟା ବିନ୍ଧାରୁ ଆପଣ ଘରୋଇ ଉପଚାର ମାଧ୍ୟମରେ ଆରାମ ପାଇବାର ସହଜ ଉପାୟ ହେଉଛି ଯୋଗ । ଏହି ସମସ୍ୟା ଥିଲେ ଏଥିପାଇଁ ଯୋଗ କରିବା ବହୁତ୍ ଲାଭଦାୟକ । ଯାହା କରିବା ଫଳରେ ଏହି ସମସ୍ୟାରୁ ଆରାମ ମିଳିଥାଏ । ନିୟମିତ ଏହା କରିବା ଫଳରେ, ଏହି ସମସ୍ୟାରୁ ଆରାମ ମିଳିଥାଏ । କିନ୍ତୁ ଯୋଗ କରିବା ସମୟରେ ମଧ୍ୟ ମନେ ରଖିବା ଉଚିତ ଯେ, ଏହି ସମସ୍ୟାର ସମ୍ମୁଖୀନ ହୋଇଥିବା ବ୍ୟକ୍ତି ଯୋଗ କରିବା ସମୟରେ, ଅଧିକ ସମୟ ଧରି ଗୋଟିଏ ପୋଜିସନରେ ବସି ରହିବା ଅନୁଚିତ୍ । ଯଦି କୌଣସି ବ୍ୟକ୍ତିଙ୍କର ଏହି ସମସ୍ୟା ଅଧିକ ମାତ୍ରାରେ ବଢିଯାଇଥାଏ, ତେବେ ଏଥିପାଇଁ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ । ଏହି ସମସ୍ୟା ପାଇଁ ଘରୋଇ ଉପାୟରେ ଗରମ ସେକ,ବରଫର ବ୍ୟବହାର ମଧ୍ୟ କରାଯାଇଥାଏ । ଅଣ୍ଟା ଯନ୍ତ୍ରଣା ପାଇଁ ବେଲ୍ଟ ବ୍ୟବହାର କରିପାରିବେ । ସମସ୍ୟାର ସମ୍ମୁଖୀନ ହେଉଥିବା ବ୍ୟକ୍ତିମାନେ ଅଧିକ ସମୟ ଧରି ଗୋଟେ ସ୍ଥାନରେ ବସି ନରହି ଅଳ୍ପ ସମୟ ବ୍ୟବଧାନରେ ଚଳପ୍ରଚଳ କରିବା ଆବଶ୍ୟକ । ଅଧିକ ଓଜନ ଜିନିଷ ଉଠାଇବା ଠାରୁ ନିଜକୁ ଯଥା ସମ୍ଭବ ଦୂରେଇ ରଖିବା ଆବଶ୍ୟକ ।ଏହାସହିତ ନିଜର ଖାଦ୍ୟ,ପାନୀୟ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ । ତେଲ ମସଲାଯୁକ୍ତ ଖାଦ୍ୟଠାରୁ ଦୂରେଇ ରହିଲେ ମଧ୍ୟ ଭଲ ।

Leave A Reply

Your email address will not be published.