ବଡ଼ବିଲରେ ବ୍ୟାଙ୍କ ଲୁଟ ଘଟଣା, ଗିରଫ ହେଲେ ଦୁଇ ଅଭିଯୁକ୍ତ

0

ଓଡ଼ିଆ ନ୍ୟୁଜ୍: ବଡ଼ବିଲରେ ବ୍ୟାଙ୍କ ଲକର୍‌ରୁ ଟଙ୍କା ଓ ସୁନାଗହଣା ଲୁଟ୍‌ ଘଟଣା।ଝାଡ଼ଖଣ୍ଡ ଧାନବାଦରୁ ୨ ଅଭିଯୁକ୍ତକୁ ଗିରଫ କଲା ପୋଲିସ୍। ବଡ଼ବିଲ ଅଣାଯାଇ ଅଭିଯୁକ୍ତଙ୍କୁ ସହରରେ ଚଲାଇଲା ପୋଲିସ୍। ୨୮୮ ଗ୍ରାମ୍‌ ସୁନା, ୨ଟି ସ୍କର୍ପିଓ ଓ ୪ଟି ମୋବାଇଲ୍ ଜବତ। ଅନ୍ୟ ୬ ଅଭିଯୁକ୍ତ ଫେରାର୍, ବିହାରକୁ ଚାଲିଯାଇଥିବା ସନ୍ଦେହ। ଗିରଫ ଦୁଇଜଣ ହେଲେ ରାଜା କୁମାର ସିଂ ଓ କୁନାଲ ରାଜ୍ ଶର୍ମା। ଖବର ଲେଖାହେବା ଯାଏ ଏତିକି ତଥ୍ୟ ମିଳିଥିବା ବେଳେ, ଗିରଫ ଅଭିଯୁକ୍ତ ବଡ଼ବିଲ ପହଞ୍ଚିବାପରେ ଅଧିକ ତଥ୍ୟ ମିଳିବ ବୋଲି ପୁଲିସ ସୂଚନା ଦେଇଛି।

ସୂଚନା ଅନୁଯାୟୀ ବଡବିଲ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରରେ ସଶସ୍ତ୍ର ଡକାୟତି ହୋଇଥିଲା | ଡକାୟତମାନେ ବନ୍ଧୁକ ମୁନରେ ୪ ଲକ୍ଷ ୩୪ ହଜାର ଟଙ୍କା ଓ ୫ କୋଟିରୁ ଅଧିକ ସୁନା ଲୁଟ୍ କରି ଫେରାର ହୋଇଯାଇଥିଲେ | ୫ରୁ ୬ ଜଣ ଅଜଣା ଡକାୟତ ଗ୍ରାହକ ସେବା ନେବା ନାଟକରେ ବ୍ୟାଙ୍କ ଭିତରକୁ ପ୍ରବେଶ କରିଥିଲେ। ହଠାତ୍ ସେମାନେ ବନ୍ଧୁକ ବାହାର କରି ବ୍ୟାଙ୍କ କର୍ମଚାରୀ ଓ ଉପସ୍ଥିତ ଗ୍ରାହକମାନଙ୍କୁ ଭୟଭୀତ କରିଥିଲେ। ବନ୍ଧୁକ ମୁନରେ ପ୍ରାୟ ୪ ଲକ୍ଷ ୩୪ ହଜାର ଟଙ୍କା ନଗଦ ସହ ବ୍ୟାଙ୍କରେ ରଖାଯାଇଥିବା ପ୍ରାୟ ୫ କୋଟି ଟଙ୍କା ମୂଲ୍ୟର ସୁନା ଗହଣା ଲୁଟ୍ କରି ଡକାୟତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

Leave A Reply

Your email address will not be published.