ନବଦିନାତ୍ମକ ଘୋଷଯାତ୍ରା ସାରି ନୀଳକନ୍ଦରକୁ ବାହୁଡ଼ି ଯାଇଛନ୍ତି ମହାବାହୁ: ହରିବୋଲ ହୁଳହୁଳି ଧ୍ଵନିରେ ପ୍ରକମ୍ପିତ ହେଲା ଶରଧାବାଲି

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ନବଦିନାତ୍ମକ ଘୋଷଯାତ୍ରା ସାରି ନୀଳକନ୍ଦରକୁ ବାହୁଡ଼ି ଯାଇଛନ୍ତି ମହାବାହୁ।ଲକ୍ଷାଧିକ ଭକ୍ତଙ୍କ ଗହଳି ଓ ଭକ୍ତଙ୍କ ହରିବୋଲ ହୁଳହୁଳି ଧ୍ଵନିରେ ପ୍ରକମ୍ପିତ ହୋଇଥିଲା ଶରଧାବାଲି।ର୍ନିଦ୍ଧାରିତ ନୀତି ର୍ନିଘଣ୍ଟର ୪ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଥିଲା ପହଣ୍ଡି। ବାହୁଡା଼ ଯାତ୍ରା ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଶ୍ରୀନହର ସମୁଖରେ ଲଷ୍ମୀନାରାୟଣ ଭେଟ ହୋଇଥିଲା |ଆସନ୍ତାକାଲି ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ।

ଗୁଣ୍ଡିଚା ମନ୍ଦିରରେ ଆଜି ଶୀଘ୍ର ଅର୍ଥା ସକାଳ ୫.୨୦ରେ ସେନାପଟାଲାଗି ,ମଙ୍ଗଳ ଆଳତି ,ମଇଲମ,ରୋଷହୋମ ,ତଡପ ଲାଗି ,ଅବକାଶ ପୂଜା,ସୂର୍ଯ୍ଯପୂଜା ସମ୍ପନ୍ନ ହେବା ପରେ ଗୋପାଳ ବଲ୍ଳଭ ଓ ସକାଳ ଧୂପ ଖେଚୁଡ଼ି ଭୋଗ ଖାଇ ମହାପ୍ରଭୁଙ୍କ ଧାଡ଼ି ପହଣ୍ଡି ଆରମ୍ଭ ହୋଇଥିଲ।୭.୫୫ ରେ ପ୍ରଥମେ ଚକ୍ରରାଜ ସୁଦର୍ଶନ ପଛକୁ ପଛ ପ୍ରଭୁ ବଳଭଦ୍ର,ଦେବୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ସୁସଜ୍ଜିତ ଟାହିଆ ପରିଧାନ କରି ରଥାରୂଢ଼ ହୋଇଥିଲେ।ଏହାପରେ ରାମକୃଷ୍ଣ ,ମଦନ ମୋହନ ରଥାରୂଢ଼ ହେବା ପରେ ଗଜପତି ଦିବ୍ଯସିଂହ ଦେବଙ୍କ ଦ୍‌ାରା ଛେରା ପହଁରା କରାଯାଇଥିଲା।

ଛେରାପହଁରା ପରେ ଚାରମାଳ ଖୋଲାଯାଇ ଘୋଡା ଯୋଚାଯାଇଥିଲା।ଏହାପରେ ଆରମ୍ଭ ହୋଇଥିଲା ରଥଟଣା।ପ୍ରଥମେ ଗଡିଥିଲ ପ୍ରଭୁ ବଳଭଦ୍ରଙ୍କ ତାଳଧ୍‌ଜ ରଥ।ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଶ୍ରୀମନ୍ଦିର ଅଭିମୁଖେ ଗଡିଥିଲା।ଅନ୍ଯପଟେ ମହାପ୍ରଭୁ ଆଜି ବାହୁଡ଼ି ଆସିବାରୁ ଏବେ ଝୁରୁଛି ଗୁଣ୍ଡିଚା ମନ୍ଦିରର ଆଡ଼ପମଣ୍ଡପ ସହ ଶରଧାବାଲି | ଗତ ନଅ ଦିନ ଧରି ମହାପ୍ରଭୁଙ୍କୁ ପାଇଁ ଆଡ଼ପମଣ୍ଡପ ନିଜକୁ ଧନ୍ଯ ମନେ କରୁଥିବା ବେଳେ ଶରଧାବାଲି ଅଂଚଳ ଏବେ ମହାପ୍ରଭୁଙ୍କ ଅନୁପସ୍ଥିତିରେ ନିରବି ପଡିଯାଇଛି | ଭକ୍ତଙ୍କ ଜୟ ଜଗନ୍ନାଥ ଧ୍ୱନି ଓ ହରିବୋଲ ହୁଳହୁଳିରେ କମ୍ପୁଥିଲା ବଡଦାଣ୍ଡ। ବାଟରେ ଚତୁର୍ଦ୍ଧାମୂରତି ତାଙ୍କ ପ୍ରିୟ ମାଉସୀ ପ୍ରସ୍ତୁତ କରିଥିବା ପୋଡ଼ପିଠା ଖାଇଥିଲେ | ଶେଷରେ ଆସୁଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଶ୍ରୀନହର ସମୁଖରେ ପହଂଚିବା ପରେ ସେଠାରେ ଗଜପତି ମହାରାଜ ଦିବ୍ଯସିଂହ ଦେବ ଲଷ୍ମୀନାରାୟଣ ଭେଟ କରାଇଥିଲେ | ଲଷ୍ମୀନାରାୟଣ ଭେଟ ନୀତି ସରିବା ପରେ ନନ୍ଦିଘୋଷ ରଥ ଟଣା ହୋଇ ସିଂହଦ୍ୱାରରେ ପହଂଚି ଥିଲା । ସଂଧ୍ୟା ପୂର୍ବରୁ ତିନିରଥ ମନ୍ଦିରରେ ପହଞ୍ଚିଥିଲା। ଚଳିତବର୍ଷ ପୁଣି ଇତିହାସ ରଚିଲା ମହାପ୍ରଭୁଙ୍କ ବାହୁଡା଼ ଯାତ୍ରା । ଗତବର୍ଷ କରୋନା ମହାମାରି ପାଇଁ ବିନାଭକ୍ତରେ ବାହୁଡା଼ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଚଳିତବର୍ଷ କିନ୍ତୁ ଭକ୍ତ ଓ ମହାପ୍ରଭୁଙ୍କ ମିଳନ ହୋଇଥିଲା। ଆସନ୍ତାକାଲି ମହାପ୍ରଭୁଙ୍କ ହରିଶୟନ ଏକାଦଶୀ ନୀତି ।ତିନିରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ |ଏଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ଯାପକ ପ୍ରସ୍ତୁତି କରାଯାଇଥିବାବେଳେ ସ୍‌ତନ୍ତ୍ର ଟ୍ରାଫିକ ପରିଚାଳନା ବ୍ଯବସ୍ଥା ମଧ୍ୟ ହୋଇଛି।

Leave A Reply

Your email address will not be published.