ସିଂହଦ୍ୱାର ଆଗରେ ଲାଗିଲା ତାଳଧ୍ୱଜ ରଥ

0

ଓଡ଼ିଆ ନ୍ୟୁଜ୍:ଆଡ଼ପମଣ୍ଡପରେ ଲୀଳାଖେଳା ସାରି ଆଜି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଆଗେ ଆଗେ ଆସି ସିଂହଦ୍ୱାରରେ ଲାଗିଛି ତାଳଧ୍ୱଜ ରଥ। ମଝିରେ ଆସୁଛନ୍ତି ଭଉଣୀ ସୁଭଦ୍ରା। ପଛରେ ଗହଳି ଲଗାଇ ଆସୁଛନ୍ତି କାଳିଆ ସାଆନ୍ତ। ଘଣ୍ଟଘଣ୍ଟା ଧ୍ୱନୀରେ ପ୍ରକମ୍ପିତ ହୋଇ ପଡୁଛି ବଡ଼ଦାଣ୍ଡ। ଭାବବିହ୍ବଳ ହୋଇପଡିଛନ୍ତି ଭକ୍ତ।

ସୂଚନା ଯୋଗ୍ୟ, ଧାର୍ଯ୍ୟ ସମୟଠାରୁ ପ୍ରାୟ ୧ ଘଣ୍ଟା ଆଗରୁ ରଥ ଟଣା ହୋଇଥିଲା। ଅନ୍ୟପକ୍ଷେ ବାହୁଡ଼ା ଯାତ୍ରା ପାଇଁ ପୁରୀରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ମୁତୟନ ହୋଇଛନ୍ତି ୨ଶହ ପ୍ଲାଟୁନ ପୋଲିସ ଫୋର୍ସ ସହ ଅଭିଜ୍ଞ ଅଫିସର । ଭୁବନେଶ୍ବରରୁ ପୁରୀ ପ୍ରବେଶ ପଥ ଯାଏ ଟ୍ରାଫିକ ଉପରେ ନଜର ରଖିଛି AI ଏବଂ ଡ୍ରୋନ କ୍ୟାମେରା।

Leave A Reply

Your email address will not be published.