ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ମିଳିଛି ବଡ଼ ଦାୟିତ୍ୱ। ଦିଲ୍ଲୀ ନିର୍ବାଚନ ଇନ୍ଚାର୍ଜ ଭାବେ ତାଙ୍କୁ ଦାୟିତ୍ୱ ମିଳିଛି। ଦିଲ୍ଲୀ ନିର୍ବାଚନ ଇନଚାର୍ଜ ଭାବେ ବୈଜୟନ୍ତ ପଣ୍ଡାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ବୈଜୟନ୍ତଙ୍କୁ ଇନଚାର୍ଜ ଭାବେ ନିଯୁକ୍ତି କରିଛି ।
ସେହିପରି ସାଂସଦ ଅତୁଲ ଗର୍ଗଙ୍କୁ ସହକାରୀ ଇନଚାର୍ଜ ଭାବେ ମଧ୍ୟ ନିଯୁକ୍ତି ମିଳିଛି। ଉଭୟଙ୍କୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ନିଯୁକ୍ତି ଦେଇଛନ୍ତି | ଆଗକୁ ଅଛି ଦିଲ୍ଲୀ ବିଧାନସଭା ନିର୍ବାଚନ। ସମ୍ଭବତଃ ୨୦୨୫ ଫେବ୍ରୁଆରୀରେ ନିର୍ବାଚନ ହୋଇପାରେ। ସେଥିପାଇଁ ଦେଶର ପ୍ରମୁଖ ରାଜନୈତିକ ଦଳମାନେ ନିଜର ପ୍ରସ୍ତୁତି ଆରମ୍ଭ କଲେଣି।
ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଶାସନ କ୍ଷମତାରେ ଥିବା ଆପ୍ ଲଗାତାର ଭାବେ ସଭା ଓ ରୋଡ୍ ଶୋ’ କରୁଥିବା ଦେଖିବାକୁ ମିଳୁଛି। ସେପଟେ କଂଗ୍ରେସ ଓ ବିଜେପି ମଧ୍ୟ ପଛରେ ନାହାନ୍ତି। ଉଭୟ ଦଳ ନିର୍ବାଚନ ରଣନୀତି ପ୍ରସ୍ତୁତ କରୁଛନ୍ତି। ବିଜୟ ଆଶାରେ ବିଜେପି ଆଜି ଦୁଇ ପାୱାରଫୁଲ୍ ସାଂସଦ ବୈଜୟନ୍ତ ପଣ୍ଡା ଓ ଅତୁଲ ଗର୍ଗଙ୍କୁ ଇନ୍ଚାର୍ଜ ଭାବେ ନିଯୁକ୍ତି ଦେଇଛି।