ବିପଦ ସଙ୍କେତ ଉପରେ ବୈତରଣୀ

0

ଓଡ଼ିଆ ନ୍ୟୁଜ୍: ବିପଦ ସଙ୍କେତ ଉପରେ ବୈତରଣୀ । ଭଦ୍ରକ ଆଖୁଆପଦା ଆନିକଟରେ ୧୮.୧୨ ମିଟରରେ ପ୍ରବାହିତ । ସତର୍କ ସଙ୍କେତ ୧୭.୮୩ ମିଟର ରହିଛି । ବିପଦ ସଙ୍କେତ ୧୮.୩୩ ରହିଛି । ଉପରମୁଣ୍ଡରେ ବର୍ଷା ଯୋଗୁଁ ଫୁଲୁଛି ବୈତରଣୀ । ତଳିଆ ଅଞ୍ଚଳରେ ବନ୍ୟା ପାଣି ପଶିବାରୁ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି । ଚାଷୀଙ୍କ ପରିବା ଫସଲ ମଧ୍ୟ ନଷ୍ଟ ହୋଇଛି ।

ପାଣି ଘେରରେ ଲୋକମାନେ ଜୀବନ ବିତାଉଛନ୍ତି ।ଗତକାଲି ମୁଖ୍ୟମନ୍ତ୍ରୀ ମଧ୍ୟ ଆକାଶମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରିଥିଲେ । ଏବେ ବି ଲୋକମାନେ ଜଳବନ୍ଦୀ ବିତାଉଛନ୍ତି । ତେବେ ଆଜି ବି ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିବ ବର୍ଷା। ୩ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Leave A Reply

Your email address will not be published.