ମହୁଲି ଭାଟିରେ ଅବକାରୀ ଚଢାଉ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମହୁଲି ଭାଟିରେ ଅବକାରୀ ଚଢାଉ | ଝାଡ଼ଖଣ୍ଡ ସିମାବର୍ତ୍ତୀ ନିମତୁର ଜଙ୍ଗଲରେ ଅବକାରୀ ଚଢାଉ, ବିପୁଳ ପରିମାଣରେ ମଦ ଓ ପୋଚ ନଷ୍ଟ | ୨୦୨୪ ସାଧାରଣ ନିର୍ବାଚନରେ ଚୋରା ମଦ କାରବାର ଉପରେ ନିୟନ୍ତ୍ରଣ ପାଇଁ କେନ୍ଦୁଝର ଅବକାରୀ ଅଧିକ୍ଷକ ବିଭାଗର ଚଢ଼ାଉ କରାଯାଇଥିଲା |

ଶ୍ରୀ ପ୍ରଦୀପ୍ତ କୁମାର ଦାସ ତଥା ଉପ ଅଧିକ୍ଷକ ଶ୍ରୀ ପ୍ରବୀଣ କୁମାର ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ଆଜି ବଡବିଲ ଅବକାରୀ ଥାନା ଓଆଇସି ଶ୍ରୀ ଜନାର୍ଦ୍ଦନ ପଲେଇ,ଏଏସଆଇ ଶ୍ରୀମତୀ ଫୁଲମଣି ନାଏକ, ଅବକାରୀ କନେଷ୍ଟବଳ ମିଥୁନ କୁମାର ଜେନା, ସନ୍ତୋଷ ବେହେରା ଓ ଅର୍ଜୁନ ହାସଦାଙ୍କ ସହାୟତାରେ ଓଡିଶା-ଝାଡ଼ଖଣ୍ଡ ସିମାବର୍ତ୍ତୀ ନିମତୁର ଜଙ୍ଗଲରେ ଅତର୍କିତ ଚଢ଼ାଉ କରା ଯାଇଥିଲା।

ଏହି ଚଢ଼ାଉରେ ୩୪୦ ଲିଟର ମହୁଲି ମଦ ଓ ୪୨୦୦ କେଜି ମହୁଲ ପୋଚ ଏବଂ ମଦରନ୍ଧା ସରଞ୍ଜାମ ନଷ୍ଟ କରା ଯାଇଥିବା ବେଳେ ଚଢାଉର ସୂଚନା ପାଇ ଅଭିଯୁକ୍ତ ମାନେ ଘଟଣା ସ୍ଥଳରୁ ଫେରାର ମାରିଥିଲେ। ଏହି ସଂକ୍ରାନ୍ତରେ ଅବକାରୀ ବିଭାଗ ୨ଟି ମାମଲା ରୁଜୁ କରିଥିବା ବେଳେ ଆଗକୁ ମଧ୍ୟ ଚଢାଉ ଜାରି ରହିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।

Leave A Reply

Your email address will not be published.