ବଲାଙ୍ଗିର ଜାଲ ସାର୍ଟିଫିକେଟ ରାକେଟ ଘଟଣା, ବିଭିନ୍ନ ବିଭାଗରେ ହେବ ତଦନ୍ତ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବଲାଙ୍ଗିର ଜାଲ ସାର୍ଟିଫିକେଟ ରାକେଟ ଘଟଣା । ଏବେ ଜିଲ୍ଲାରେ ବିଭିନ୍ନ ବିଭାଗରେ ହେବ ତଦନ୍ତ । ଏନେଇ ଲାଙ୍ଗିର ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି । ଲାଙ୍ଗିର ଜିଲ୍ଲାରେ ଜାଲ ଶିକ୍ଷାଗତ ପ୍ରମାଣପତ୍ର ଦେଇ ବିଭିନ୍ନ ବିଭାଗରେ ପାଇଛନ୍ତି ସରକାରୀ ଚାକିରୀ । ଏହାର ତଦନ୍ତ କରିବାକୁ ବିଭାଗୀୟ ମୁଖ୍ଯଙ୍କୁ ଜିଲାପାଳ ଙ୍କ ନିର୍ଦେଶ । ବଲାଙ୍ଗିର ଜାଲ ସାର୍ଟିଫିକେଟ ରାକେଟ କୁ ନେଇ ଚାଲିଛି ତଦନ୍ତ । ଚାରିଦିନ ହେବ ଲାଙ୍ଗିର ରେ ଡେରା ପକାଇଛି କ୍ରାଇମବ୍ରାଞ୍ଚ ଟିମ । ଆଜି ଟାଉନ ଥାନାରେ ପହଂଚି ଜବତ ଫାଇଲ , ହାର୍ଡଡିସ୍କ , ଲେପଟପ ସବୁ ଯାଂଚ କରୁଛି । ଏହି ଘଟଣାରେ ଗତ କାଲି ଦୁଇଜଣ ଯୁବତୀଙ୍କୁ ରାଜସାକ୍ଷୀ କରି ବଲାଙ୍ଗିର କୋର୍ଟରେ 164 ରେ ବୟାନ ରେକର୍ଡ କରାଯାଇଥିଲା । ଦୁଇ ଜଣ ଯୁବତୀ ସୁବଲୟା ଭୋଇ ଓ ରମଣୀ ନାଗଙ୍କ ଠାରୁ ଅନେକ ତଥ୍ଯ ପାଇଛି କ୍ରାଇମବ୍ରାଞ୍ଚ । ଏମାନେ କିପରି ନକଲି ଶିକ୍ଷାଗତ ପ୍ରମାଣ ପତ୍ର ପାଇଥିଲେ?

ଡାକ ବିଭାଗ ରେ କିପରି ଚାକିରୀ ପାଇଁ ଆବେଦନ କରିଥିଲେ?  ଆଉ କେତେ ଟଙ୍କା ଦେଇ ଏହି ନକଲି ସାର୍ଟିଫିକେଟ ହଟେଇଥିଲେ ସବୁକୁ ଗୋଟି ଗୋଟି କରି ବଖାଣିଥିଲେ ଦୁଇ ଯୁବତୀ । ଆସନ୍ତା କାଲି ଠାରୁ ମନୋଜ ମିଶ୍ର ଓ ଆଲୋକ ଉଦଗତାଙ୍କୁ ରିମାଣ୍ଡରେ ଆଣିବାକୁ ଯୋଜନା କରୁଛି କ୍ରାଇମବ୍ରାଞ୍ଚ । ଏହା ସହିତ ରାଜ୍ଯ ବାହାରକୁ ଯିବା କ୍ରାଇମବ୍ରାଞ୍ଚ ଟିମ । ଏହି ଜାଲ ସାର୍ଟିଫିକେଟ ରାକେଟର ମୂଖ୍ଯ ଅଭିଯୁକ୍ତ ମନୋଜ ମିଶ୍ର ଓ ସହଯୋଗୀ ଆଲୋକ ଉଦଗତାଙ୍କ ଘରେ ରେଡ଼ କରିଛି କ୍ରାଇମବ୍ରାଞ୍ଚ । ଆସନ୍ତା କାଲି 4 ଜଣ ଅଭିଯୁକ୍ତ ଙ୍କୁ ରିମାଣ୍ଡରେ ଆଣିବ କ୍ରାଇମବ୍ରାଞ୍ଚ । ୧୯ ଅଭିଯୁକ୍ତ ଏବେ ଜେଲରେ ଅଛନ୍ତି । ଏବେ ବିଭିନ୍ନ ବିଭାଗରେ ତଦନ୍ତ ଚାଲିଥିବା ଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ସୂଚନା ।

Leave A Reply

Your email address will not be published.