ବାଲିଯାତ୍ରାକୁ ମିଳିଲାନି ଜାତୀୟ ମାନ୍ୟତା

0

ବିଶ୍ୱପ୍ରସିଦ୍ଧ କଟକ ବାଲିଯାତ୍ରକୁ ମିଳିବନି ଜାତୀୟ ମାନ୍ୟତା । ଏନେଇ ରାଜ୍ୟକୁ ଚିଠି ଲେଖି ସ୍ପଷ୍ଟ କରିଛି କେନ୍ଦ୍ର ସଂସ୍କୃତି ବିଭାଗ । ଜାତୀୟ ମାନ୍ୟତା ନମିଳିବା ନେଇ ସୂଚନା ଦେଇଛନ୍ତି କଟକ ମେୟର ସୁବାସ ସିଂ । ଜାତୀୟ ମାନ୍ୟତା ଦେବାକୁ ଆମର ଆବେଦନ ଜାରି ରହିବ ଏବଂ ଆଗାମୀ ସମୟରେ ସଂସଦରେ ଏହି ପ୍ରସଙ୍ଗ ଉଠିବ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ସୁବାସ ସିଂ ।

ବାଲିଯାତ୍ରା ରାଜ୍ୟସ୍ତରୀୟ ମାନ୍ୟତା ମିଳିବା ପରେ ଏବେ ଜାତୀୟ ସ୍ତରୀୟ ମାନ୍ୟତା ପାଇବା ଦାବି ଜୋର୍‌ ଧରିଥିଲା । ହେଲେ ଏସବୁ ଦାବି ଉପରେ ପଡିଛି ପୁର୍ଣ୍ଣଛେଦ । ଜାଚୀୟ ମାନ୍ୟଚା ଦେବକୁ ମନା କରିଛି କେନ୍ଦ୍ର ସଂସ୍କୃତି ବିଭାଗ । ବିଶ୍ୱ ପ୍ରସିଦ୍ଧ ଐତିହାସିକ କଟକ ବାଲିଯାତ୍ରାର ସ୍ୱତନ୍ତ୍ର ପରିଚୟ ରହିଛି । ଦୀର୍ଘ ବର୍ଷରୁ ପାରମ୍ପରିକ ଭାବେ ହୋଇ ଆସୁଥିବା ଏହି ଯାତ୍ରାରେ ଦେଶ ବିଦେଶରୁ ବ୍ୟବସାୟୀମାନେ ଆସି ବ୍ୟବସାୟ କରିଥାନ୍ତି ।୨୦୧୯ ମସିହାରେ ଏହାକୁ ରାଜ୍ୟ ସ୍ତରୀୟ ଯାତ୍ରାର ମାନ୍ୟତା ମିଳିଥିଲା। ଏହାପରେ କରୋନା ପାଇଁ ବାଲିଯାତ୍ରା ହୋଇପାରୁ ନ ଥିବାବେଳେ ୨୦୨୨ ମସିହାରେ ବେଶ୍‌ ଜାକଜମକରେ ଏହା ଅନୁଷ୍ଠିତ ହୋଇଥିଲା । ଦୁଇ ହଜାରରୁ ଅଧିକ ବ୍ୟବସାୟୀ, ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ ଗହଳିଚହଳି ଏବଂ କୋଟି କୋଟି ଟଙ୍କାର କାରବାର ଭିତରେ ଶେଷ ହୋଇଥିଲା କଟକର ଐତିହାସିକ ବାଲିଯାତ୍ରା ।ପ୍ରଥମଥର ଲାଗି ରାଜ୍ୟ ସ୍ତରୀୟ ମହୋତ୍ସବ ଭାବେ ପାଳନ ହେବା ସହିତ ନୌବାଣିଜ୍ୟ ପରମ୍ପରାକୁ ଉଜ୍ଜୀବିତ ରଖିବାକୁ କାଗଜ ଡଙ୍ଗା ତିଆରି କରି ‘ଗିନିଜ୍‌ ବିଶ୍ୱ ରେକର୍ଡ’ରେ ବାଲିଯାତ୍ରା ସ୍ଥାନ ପାଇଛି ।

ଗଜ ଡଙ୍ଗା ତିଆରିରେ ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲଡ୍‌ ରେକର୍ଡ, ସର୍ବବୃହତ ବାଲୁକାକଳା, ବଲିଉଡ୍‌ ଷ୍ଟାର୍‌ ନାଇଟ୍‌, ପଥୋତ୍ସବ ଓ ଯୋଗ, ୧୦ ଦିନ ଧରି ମହାନଦୀରେ ଜଳକ୍ରୀଡ଼ା, କଟକ ଇନ୍‌ କଟକ ପ୍ୟାଭିଲିୟନ୍‌, ଲେଜର ସୋ’ ବେଶ୍‌ ଆକର୍ଷଣୀୟ ହୋଇଥିଲା ।ଏମିତିକି ବାଲିଯାତ୍ରା ପଡ଼ିଆକୁ ସମ୍ପ୍ରସାରଣ କରାଯିବା ସହିତ ଅଧିକରୁ ଅଧିକ ବ୍ୟବସାୟୀଙ୍କୁ ସୁଯୋଗ ଦେବାକୁ ପ୍ରଶାସନର ଉଦ୍ୟମ ଚାଲିଛି । ପ୍ରତିବର୍ଷ ନୂଆ ନୂଆ କାର୍ଯ୍ୟକ୍ରମ କରିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ୍‌ ଆଡ଼ମ୍ବର ସହ ହେଉଛି । ତେବେ ଏହା ମଧ୍ୟରେ ଏବେ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ପାଇଁ ଦାବି ଜୋର୍‌ ଧରିଛି । ୨୦୨୦ ମସିହାରେ ଜାତୀୟ ମାନ୍ୟତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ ।

Leave A Reply

Your email address will not be published.