ଐତିହାସିକ କଟକ ବାଲିଯାତ୍ରା ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍: ଐତିହାସିକ କଟକ ବାଲିଯାତ୍ରା ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ।ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ ସାଂସଦ ଭର୍ତ୍ତୃହରି ମହତାବ ଉପସ୍ଥିତ।ବିଧାୟିକା ସୋଫିଆ ଫିର୍ଦ୍ଦୋସ ଓ ବିଧାୟକ ପ୍ରକାଶ ସେଠୀ ଉପସ୍ଥିତ। ବନ୍ଦର ଭିତ୍ତିକ ଅର୍ଥନୀତି ପାଇଁ ରାଜ୍ୟ ସରକାର ଚେଷ୍ଟିତ ଅଛନ୍ତି ବୋଲି ଉଦଘାଟନ କରିବା ଅବସରରେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ନୂଆ ବନ୍ଦର ପାଇଁ, କେନ୍ଦ୍ର ସରକାର ୫୦ ହଜାର କୋଟି ଟଙ୍କାର ମଞ୍ଜୁରୀ ଦେଇ ସାରିଛନ୍ତି। ୨୦୩୦ ମସିହା ସୁଦ୍ଧା ପଣ୍ୟ ପରିବହନ କ୍ଷେତ୍ରରେ ଓଡିଶା ନୂଆ ଇତିହାସ ସୃଷ୍ଟି କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଖୁବ ଶୀଘ୍ର ଗଞ୍ଜାମ ଜିଲ୍ଲାର ବାହୁଦା ବନ୍ଦର ହେବ ରାଜ୍ୟର ଦ୍ୱିତୀୟ ବୃହତ ବନ୍ଦର ବୋଲି, ବାଲିଯାତ୍ରା ଉଦଘାଟନ ଅବସରରେ କହିଛନ୍ତି ମୁଖ୍ୟମନ୍ତ୍ରୀ।

ସେ ଏହା ମଧ୍ୟ କହିଛନ୍ତି ଯେ, କଟକ ବାଲିଯାତ୍ରାକୁ ୟୁନେସ୍କୋ ମାନ୍ୟତା ପାଇଁ ଚେଷ୍ଟା କରାଯାଉଛି। ବାରବାଟୀ ଦୁର୍ଗ ଗଡ଼ଖାଇ ପାଇଁ ଡିପିଆର ପ୍ରସ୍ତୁତ ହେଉଛି। ଗଡ଼ଖାଇ ସୌନ୍ଦର୍ଯ୍ୟକରଣ ପାଇଁ ସ୍ଵତନ୍ତ୍ର ପଦକ୍ଷେପ ନିଆଯିବ। କଟକ ବାଲିଯାତ୍ରା ପାଇଁ ଅନୁଦାନ ରାଶି ବୃଦ୍ଧି କରାଯିବ। ଅନୁଦାନ ରାଶି ୫ କୋଟିରୁ ୧୦ କୋଟିକୁ ବୃଦ୍ଧି କରାଯିବ। ଏହି ୧୦ କୋଟି ରାଜ୍ୟ ସରକାର ଦେବେ ବୋଲି କଟକ ବାଲିଯାତ୍ରାରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

Leave A Reply

Your email address will not be published.