ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) :ଓଡିଶାରେ ‘ବନ୍ଦେ ଭାରତ’ ଏକ୍ସପ୍ରେସର ଟ୍ରାଏଲ ରନ୍ ହୋଇଛି । ଆଜି ସକାଳ ୬ଟା ୧୦ରେ ପୁରୀ-ହାୱଡା ରୁଟରେ ଏହି ଟ୍ରେନ ଛାଡିଥିଲା । ଖଡଗପୁର, ଭଦ୍ରକ, ଯାଜପୁର, କଟକ, ଭୁବନେଶ୍ୱର ଓ ଖୋର୍ଦ୍ଧାରେ ୨ ମିନିଟ ଲେଖାଏଁ ରହିଥିଲା ଏହି ଅତ୍ୟାଧୁନିକ ଟ୍ରେନ୍ । ଏହାପରେ ପୁରୀର ଷ୍ଟେସନର ୨ନମ୍ବର ପ୍ଲାଟଫର୍ମରେ ପହଞ୍ଚିଥିଲା ଟ୍ରେନ । ବନ୍ଦେ ଭାରତ ଏକ୍ସପ୍ରେସରେ ଯାତ୍ରୀମାନଙ୍କ ପାଇଁ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ରହିଛି । ଯାହାଦ୍ୱାରା ଯାତ୍ରା ଆରାମଦାୟକ ହେବା ସହ କମ୍ ସମୟ ମଧ୍ୟରେ ଯାତ୍ରୀମାନେ ଗନ୍ତବ୍ୟ ସ୍ଥଳରେ ପହଂଚିପାରିବେ । ବର୍ତ୍ତମାନ ସୁଦ୍ଧାରେ ଦେଶରେ ୯ଟି ରୁଟରେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ କରୁଛି ।
ଆଜି ପୁଣି ଗୋଟାଏ ୫୦ ମିନିଟରେ ପୁରୀ ଛାଡିବ ବନ୍ଦେ ଭାରତ ଏକ୍ସପ୍ରେସ୍ । ରାତି ୮ଟା ୩୦ରେ ହାୱଡା ପହଂଚିବ । ବନ୍ଦେ ଭାରତ ଏକ୍ସପ୍ରେସ ଚାଲିଲେ ଓଡିଶାର ପର୍ଯ୍ୟଟନ କ୍ଷେତ୍ର ପାଇଁ ନୂଆ ସୁଯୋଗ ସୃଷ୍ଟି ହେବ ବୋଲି କୁହାଯାଉଛି । ସୂଚନାଥାଉକି, ବୁଧବାର ଦିନ ଚେନ୍ନାଇ ସ୍ଥିତ ଇଣ୍ଟେଗ୍ରାଲ କୋଚ ଫ୍ୟାକ୍ଟ୍ରିରୁ ବନ୍ଦେ ଭାରତ ଏକ୍ସପ୍ରେସର ବଗି ଗୁଡିକ କୋଲକାତା ଯାଇଥିଲା । ସେଠାରେ ପ୍ରାଇମେରୀ ମେଣ୍ଟେନାନ୍ସ ପରେ ଆଜି ଟ୍ରାଏଲ୍ରନ୍ କରାଯାଇଛି ।