ଓଡ଼ିଆ ନ୍ୟୁଜ୍: ଜାତୀୟ ସଙ୍ଗୀତ ଜନ ଗଣ ମନ ପୂର୍ବରୁ ବାଧ୍ୟତାମୂଳକ ବନ୍ଦେ ମାତରମ୍।କେନ୍ଦ୍ର ସରକାରଙ୍କ ଜାତୀୟ ଗୀତ ‘ବନ୍ଦେ ମାତରମ୍’ ନିର୍ଦ୍ଦେଶାବଳୀ। ଭାରତର ଜାତୀୟ ଗୀତ ‘ବନ୍ଦେ ମାତରମ୍’ ନେଇ ନୂଆ ବିଜ୍ଞପ୍ତି।କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ହେଲା ନିର୍ଦ୍ଦେଶାନାମା।ପଦ୍ମ ପୁରସ୍କାର ଓ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ବାଧ୍ୟତାମୂଳକ। ସିନେମା ହଲ୍ ଭଳି ସାର୍ବଜନୀନ ସ୍ଥାନରେ ବାଜିବ ବନ୍ଦେ ମାତରମ୍। ସମସ୍ତ ସରକାରୀ ସ୍କୁଲ୍ ଓ କାର୍ଯ୍ୟକ୍ରମରେ ଗାନ ହେବ। ଅଫିସିଆଲ୍ କାର୍ଯ୍ୟକ୍ରମରେ ‘ବନ୍ଦେ ମାତରମ୍’ ବାଧ୍ୟତାମୂଳକ। ‘ବନ୍ଦେ ମାତରମ୍’ ଗାନ ବେଳେ ସାବଧାନ ଭଙ୍ଗୀରେ ରହିବାକୁ ନିର୍ଦ୍ଦେଶନାମା।ଯଦି କେହି ଅସମ୍ମାନ କରନ୍ତି ସର୍ବାଧିକ ୩ ବର୍ଷ ଜେଲଦଣ୍ଡ ନିର୍ଦ୍ଦେଶ।ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଦ୍ୱାରା ଲିଖିତ ‘ବନ୍ଦେ ମାତରମ୍।
ତେବେ ବନ୍ଦେ ମାତରମ୍ ଆଉ ୬୫ ସେକେଣ୍ଡ ଲମ୍ବା ହେବ ନାହିଁ । ବରଂ ୩ ମିନିଟ୍ ୧୦ ସେକେଣ୍ଡ ଲମ୍ବା ହେବ । ଏହାକୁ ବି ଜାତୀୟ ସଙ୍ଗୀତ ପରି ସମାନ ସମ୍ମାନ ଦେବାକୁ ପଡିବ। ଗୃହ ମନ୍ତ୍ରଣାଳୟ ଅନୁଯାୟୀ, ସ୍ୱତନ୍ତ୍ର ସରକାରୀ କାର୍ଯ୍ୟକ୍ରମରେ “ବନ୍ଦେ ମାତରମ୍”ର ସରକାରୀ ଛଅଟି ପଦ ଗାଇବା କିମ୍ବା ବଜାଇବା ବାଧ୍ୟତାମୂଳକ ହେବ । ସରକାର ଆହୁରି ମଧ୍ୟ କହିଛନ୍ତି ଯେ ଦେଶର ସମସ୍ତ ସ୍କୁଲଗୁଡ଼ିକ ଜାତୀୟ ସଙ୍ଗୀତର ସାମୂହିକ ଗାନ ସହିତ ଦିନ ଆରମ୍ଭ କରିବା ଉଚିତ।