ଶିକ୍ଷାନୁଷ୍ଠାନରେ ଶୁଭିଲା ବନ୍ଦେ ମାତରମ୍‌

0

ଓଡ଼ିଆ ନ୍ୟୁଜ୍: ରାଜ୍ୟର ସବୁ ଶିକ୍ଷାନୁଷ୍ଠାନରେ ସାମୂହିକ ‘ବନ୍ଦେ ମାତରମ୍‌’ ଗାନ।’ ବନ୍ଦେ ମାତରମ୍‌’ର ୧୫୦ତମ ବାର୍ଷିକୀ ଅବସରରେ ସାମୂହିକ ଗାନ। ସବୁ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ସାମୂହିକ ଗାନ।ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଦ୍ବାରା ସାମୂହିକ ଗାନ କଲେ। ବନ୍ଦେ ମାତରମ ସଙ୍ଗୀତର ୧୫୦ ତମ ଶତବର୍ଷିକୀ ପାଳନ କରାଯାଉଛି । ଏହି ଅବସରରେ ସମସ୍ତ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟରେ ସାମୂହିକ ‘ବନ୍ଦେ ମାତରମ୍’ ଗାନ କରାଯାଇଛି। ଛାତ୍ରଛାତ୍ରୀ ଏକାଠି ହୋଇ ବନ୍ଦେ ମାତରମ୍ ଗାନ କରିବା ସହ ଆତ୍ମନିର୍ଭର ଭାରତ ସ୍ୱଦେଶୀ ସଂକଳ୍ପ ପାଠ କରିଛନ୍ତି। ସେହିଭଳି ସମସ୍ତ ସ୍କୁଲରେ ଜାତୀୟ ଯୁବ ଦିବସ ପାଳନ କରାଯାଇଛି।

ତେବେ ଏହି ଦିବସ ପାଳନ ଲାଗି ପୂର୍ବରୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବିଦ୍ୟାଳୟ, ଗଣଶିକ୍ଷା ଏବଂ ଉଚ୍ଚ ଶିକ୍ଷା ବିଭାଗକୁ ଚିଠି କରିଥିଲା। ଜୟପୁର, ବ୍ରହ୍ମପୁର, ବାଲେଶ୍ୱର ଓ ଭୁବନେଶ୍ୱର ମଣ୍ଡଳରେ ବିଭକ୍ତ କରାଯାଇ ବନ୍ଦେ ମାତରମ୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯାଇଥିଲା ।

Leave A Reply

Your email address will not be published.