ଓଡ଼ିଆ ନ୍ୟୁଜ୍: ବାଂଲାଦେଶରେ ଭୟଙ୍କର ବିମାନ ଦୁର୍ଘଟଣା । ରାଜଧାନୀ ଢାକାର ଏକ ସ୍କୁଲ ଉପରେ କ୍ରାସ୍ । ବାଂଲାଦେଶ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଟ୍ରେନିଂ ବେଳେ ବିମାନଟି ଖସିପଡ଼ିଛି F-7 । ଦୁର୍ଘଟଣା ପରେ ବିମାନଟି ହୁତୁହୁତୁ ହୋଇ ଜଳି ଯାଇଥିଲା। ଯାହା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି। ଅନ୍ୟମାନେ ଆହତ ହୋଇଥିବା ସୈନ୍ୟ ଓ ଅଗ୍ନିଶମ ଅଧିକାରୀ କହିଛନ୍ତି।
କିନ୍ତୁ ମୃତାହତଙ୍କ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି। ବିମାନଟି ଢାକାର ଉତ୍ତରା ଅଞ୍ଚଳରେ ଥିବା ମାଇଲଷ୍ଟୋନ ସ୍କୁଲ ଆଣ୍ଡ କଲେଜର କ୍ୟାମ୍ପସରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ବେଳେ ପିଲାମାନେ କ୍ୟାମ୍ପସରେ ଉପସ୍ଥିତ ଥିଲେ। ଟେଲିଭିଜନ ଫୁଟେଜରେ ଦୁର୍ଘଟଣା ସ୍ଥଳରୁ ନିଆଁ ଓ ଧୂଆଁ ବାହାରୁଥିବା ଦେଖାଯାଇଥିଲା। ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ଏହି ବିମାନଟି ଢାକାରେ ଏକ ସ୍କୁଲ୍ ବିଲ୍ଡିଂ ଉପରେ ଖସି ପଡ଼ିଥିଲା । ଦୁର୍ଘଟଣାରେ ପାଇଲଟଙ୍କର ମୃତ୍ୟୁ ହେବା ସହିତ ଅନେକ ଛାତ୍ରଙ୍କର ମୃତ୍ୟୁ ହେବାର ଆଶଙ୍କା କରାଯାଉଛି ।