ଆଜିଠୁ ବନ୍ଦ ରହିବ 5ଦିନ ବ୍ୟାଙ୍କ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଯଦି ଆଗକୁ ଆପଣଙ୍କର କୌଣସି ବ୍ୟାଙ୍କିଙ୍ଗ କାମ ରହିଛି ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ଵପୁର୍ଣ୍ଣ ନିଶ୍ଚୟ । ଯଦି ଆପଣ ବ୍ୟାଙ୍କକୁ ଯାଇ କୌଣସି କାମ କରିବାକୁ ଯୋଜନା ରଖିଛନ୍ତି ତେବେ ଆପଣଙ୍କୁ ବ୍ୟାଙ୍କ ଛୁଟି ତାଲିକା ଦେଖି ନିଜର ପ୍ଲାନିଂ କରିବାକୁ ପଡିବ। ନଚେତ ବ୍ୟାଙ୍କକୁ ଯାଇ ନିରାଶ ହୋଇ ଫେରିବେ।

ଆଜି ଠାରୁ ଦେଶର ବିଭିନ୍ନ ସ୍ଥାନରେ ସରକାରୀ ଓ ବେସରକାରୀ ବ୍ୟାଙ୍କ ଗୁଡିକ ବନ୍ଦ ରହିବ ।  ଆଜିଠାରୁ 5ଦିନ ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ରହିବ । ଆରବିଆଇ ଛୁଟିଦିନର ନିର୍ଦ୍ଦେଶାବଳୀ ଅନୁଯାୟୀ, ସ୍ଥାନୀୟ ପର୍ବ ଏବଂ ଉତ୍ସବ ଉପରେ ନିର୍ଭର କରି ଗ୍ୟାଜେଟ୍ ଏବଂ ଅଣ-ଗ୍ୟାଜେଟ୍ ଛୁଟି ହେତୁ ବ୍ୟାଙ୍କ ଗୁଡିକ ବନ୍ଦ ରହିବ। ଓନାମ ପର୍ବ ଥିବାରୁ ଆଜି କେରଳରେ ବ୍ୟାଙ୍କ ବନ୍ଦ ରହିବା ସମେତ ପୁରା ଦେଶରେ ବ୍ୟାଙ୍କ ଛୁଟି। ଏତି ସହ ଆଜି ମାସର ଦ୍ୱିତୀୟ ଶନିବାର ହୋଇଥିବାରୁ ସମସ୍ତ ରାଜ୍ୟରେ ବ୍ୟାଙ୍କ ସେବା ବନ୍ଦ ରହିବ ।

ଚଳିତ ମାସରେ ଭାରତର ସମସ୍ତ ସରକାରୀ ଏବଂ ବେସରକାରୀ ବ୍ୟାଙ୍କଗୁଡିକ ଅତି କମରେ 14 ଦିନ ବନ୍ଦ ରହିବ । ଯେଉଁଥିରେ ସପ୍ତାହିକ ଛୁଟି, ସ୍ଥାନୀୟ ପର୍ବ ଛୁଟି ଓ ଦ୍ୱିତୀୟ, ଚତୁର୍ଥ ଶନିବାର ଏବଂ ରବିବାର ମଧ୍ୟ ଅନ୍ତର୍ଭୁକ୍ତ । ତେବେ ଯଦି ବ୍ୟାଙ୍କ ସମ୍ଭନ୍ଧୀୟ ଯଦି କୌଣସି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ରହିଛି ତେବେ ଜଲଦି ଜଲଦି ସାରି ଦିଅନ୍ତୁ । ନଚେତ ପରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।

Comments are closed.