ବାରବାଟୀ ଟି-୨୦ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା

0

ଓଡ଼ିଆ ନ୍ୟୁଜ୍: ବାରବାଟୀ ଷ୍ଟାଡିୟମ୍‌ର ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବା ପରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ ମହାନିର୍ଦ୍ଦେଶକ । ବାରବାଟୀ ଟି-୨୦ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଉଭୟ କଟକ, ଭୁବନେଶ୍ବରରେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଡିଜି ଓ୍ବାଇ ବି ଖୁରାନିଆ କହିଛନ୍ତି ।

କଟକ ଡିସିପି ଓ ଓସିଏ ଅଧିକାରୀଙ୍କ ଉପସ୍ଥିତିରେ ଡିଜି ପଡିଆ ଓ ଷ୍ଟାଡିୟମ୍ ବୁଲି ଦେଖିଛନ୍ତି । ମ୍ୟା ଶାନ୍ତିଶୃଙ୍ଖଳାର ସହ ଆୟୋଜନ କରିବାକୁ ଡିଜି ସମସ୍ତଙ୍କ ସହ ଆଲୋଚନା କରିଛନ୍ତି । ଦର୍ଶକ ମାନେ ମ୍ୟାଚ୍ ଦିନ ମ୍ୟାଚ୍ ଆରମ୍ଭର ତିନି ଘଣ୍ଟା ପୂର୍ବରୁ ଆସିବା ପାଇଁ ଡିଜି ପରାମର୍ଶ ଦେଇଛନ୍ତି । ସେପଟେ ଖେଳାଳିଙ୍କ ଯିବାଆସିବା ବେଳେ କୌଣସି ସମସ୍ୟା ଯେପରି ରାସ୍ତାରେ ନହୁଏ ସେଥିପ୍ରତି ସବୁ ଧ୍ୟାନ ଦିଆଯାଇଥିବା କହିଛନ୍ତି ଡିଜି ।

Leave A Reply

Your email address will not be published.