ବାରବାଟୀ T-20 ମ୍ୟାଚ ପାଇଁ ୫୦ ପ୍ଲାଟୁନ ଫୋର୍ସ ମୁତୟନ

0

ଓଡ଼ିଆ ନ୍ୟୁଜ୍: ବାରବାଟୀ T-20 ମ୍ୟାଚ ସୁରକ୍ଷା ପାଇଁ ୫୦ ପ୍ଲାଟୁନ ଫୋର୍ସ।୩୦୦ ଅଫିସର ସୁରକ୍ଷା ଦାୟିତ୍ବରେ ରହିବା ନେଇ ସିପିଙ୍କ ସୂଚନା।ମାର୍ଗଦର୍ଶିକା ମାନିବା ପାଇଁ ସାଧାରଣ ଦର୍ଶକଙ୍କୁ ଅନୁରୋଧ।‘ଖେଳାଳିଙ୍କୁ ସୁରକ୍ଷିତ ଷ୍ଟାଡିୟମରେ ପହଞ୍ଚାଇବାକୁ ପ୍ରାଥମିକତା’।

ସେପଟେ ବାରବାଟୀ ଟି୨୦ ମ୍ୟାଚ୍ ପାଇଁ ୬ ସ୍ଥାନରେ ପାର୍କିଂ ବ୍ୟବସ୍ଥା। ସାଧାରଣ ଦର୍ଶକଙ୍କ ପାଇଁ ତଳ ବାଲିଯାତ୍ରା ପଡ଼ିଆରେ ହେବ ପାର୍କିଂ।ଭିଆଇପିଙ୍କ ପାଇଁ ଉପର ବାଲିଯାତ୍ରା ପଡ଼ିଆରେ ପାର୍କିଂ ବ୍ୟବସ୍ଥା।ଓସିଏର ସଦସ୍ୟମାନଙ୍କ ପାଇଁ କ୍ରିକେଟ ଏକାଡେମୀ ପଡ଼ିଆରେ ପାର୍କିଂ।ଟିଭି ସଦସ୍ୟ ଓ ପାସ୍‌ଧାରୀଙ୍କ ପାଇଁ ଅଶ୍ବଦ୍ବାର ସାମ୍ନା ୩ କୋଣିଆ ସ୍ଥାନ।ପାସ୍‌ଧାରୀ ଭିଆଇପିଙ୍କ ପାଇଁ ଓସିଏ କ୍ଲବ ଓ ଜାଭିୟର ସ୍କୁଲ୍‌ରେ ପାର୍କିଂ। OCA ସଭାପତି ପଙ୍କଜ ଲୋଚନ ମହାନ୍ତିଙ୍କ ସୂଚନା ଅନୁଯାୟୀ, ସୋମବାର ଭାରତୀୟ ଦଳର ନେଟ୍ ପ୍ରାକ୍ଟିସ୍ ଦିନ ସାଢ଼େ ୧୧ଟାରେ ବାରବାଟୀରେ ଅନୁଷ୍ଠିତ ହେବ। ଦକ୍ଷିଣ ଆଫ୍ରିକା ଟିମ୍ ସନ୍ଧ୍ୟାରେ ଫ୍ଲଡ୍ ଲାଇଟ୍ ତଳେ ଅଭ୍ୟାସ କରିବ। ନେଟ୍ ପ୍ରାକ୍ଟିସ୍ ଦେଖିବା ପାଇଁ ଦୁଇଟି ଗ୍ୟାଲେରୀ ଖୋଲା ରଖାଯିବାର ବ୍ୟବସ୍ଥା କରାଯାଇଛି।

Leave A Reply

Your email address will not be published.