ବହଳଦାରେ ରାସ୍ତାରୋକ ବେଳେ ହିଂସା ଘଟଣାରେ ୩୪ ଗିରଫ

0

ଓଡ଼ିଆ ନ୍ୟୁଜ୍: ବହଳଦାରେ ରାସ୍ତାରୋକ ବେଳେ ହିଂସା ଘଟଣାରେ ୩୪ ଗିରଫ।୨୭ ମହିଳାଙ୍କ ସମେତ ୩୪ ଜଣଙ୍କୁ ଗିରଫ କଲା ପୋଲିସ। ପୋଲିସ ଉପରକୁ ଆକ୍ରମଣ, ଗାଡ଼ି ଭଙ୍ଗାରୁଜା ଭଳି ଲାଗିଲା ଦଫା।ନାବାଳିକାକୁ ଅସଦାଚରଣ ଅଭିଯୋଗରେ ଏନ୍ଏଚ୍ ଅବରୋଧ କରିଥିଲେ।ପ୍ରଶାସନ ବୁଝାସୁଝା କରିବାକୁ ଆସିଥିବା ବେଳେ ଆକ୍ରମଣ କରିଥିଲେ।ତହସିଲଦାରଙ୍କ ଗାଡ଼ି ଭାଙ୍ଗିବା ସହ ୧୨ ପୋଲିସ ଆହତ ହୋଇଥିଲେ।

ପୀଡ଼ିତାଙ୍କୁ ଖଟରେ ଶୁଆଇ ରାସ୍ତା ଅବରୋଧ କରିଥିଲେ ଉତ୍ତ୍ୟକ୍ତ ଲୋକ। ପୀଡ଼ିତାଙ୍କୁ ନ୍ୟାୟ ଓ ଅଭିଯୁକ୍ତଙ୍କୁ ଗିରଫ ଦାବି କରିଥିଲେ। ଏହି ସମୟରେ ପୋଲିସ ଓ ପ୍ରଶାସନିକ ଟିମ୍ ପହଞ୍ଚିବାରୁ ତାଙ୍କ ଉପରେ ଆକ୍ରମଣ କରିଥିଲେ ଆନ୍ଦୋଳନକାରୀ। ତହସିଲଦାରଙ୍କ ଗାଡ଼ି ଭଙ୍ଗାରୁଜା ଓ ପୋଲିସ ଉପରେ ଆକ୍ରମଣ କରିଥିଲେ। ଆକ୍ରମଣରେ ୯ ଜଣ ପୋଲିସ ଆହତ ହୋଇଥିଲେ । ଏହି ଘଟଣାରେ ୩୪ ଜଣଙ୍କୁ ଗିରଫ କରାଯାଇଛି । ପୋଲିସ ଉପରେ ଆକ୍ରମଣ ଘଟଣାରେ ଦୁଇଟି ମାମଲା ରୁଜୁ ହୋଇଛି।

Leave A Reply

Your email address will not be published.