ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବହୁ ଧୁମ୍ ଧାମରେ ବାସୁଦେବପୁର ବିଜେଡ଼ି ପାଳିଲା ପ୍ରତିଷ୍ଠା ଦିବସ। ଆୟୋଜିତ ହେଲା ବିଭିନ୍ନ କାର୍ଯ୍ୟ କର୍ମ। ବହୁ ଆଡମ୍ବର ରେ ଧୁମ୍ ଧାମରେ ବାସୁଦେବପୁର ବିଜେଡ଼ି ପକ୍ଷରୁ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ବାସୁଦେବପୁର ବିଜେଡ଼ି ପକ୍ଷରୁ ସକାଳେ ବିଭିନ୍ନ ସ୍ଥାନ ମାନଙ୍କ ରେ ଭିନ୍ନ ଭିନ୍ନ ଗଣ ଦୌଡ ଆୟୋଜିତ ହୋଇଥିଲା।
ସମସ୍ତ ଜୋନ ସହ ପୌର ପରିଷଦ ରେ ମଧ୍ୟ ଗଣ ଦୌଡ ଆୟୋଜିତ ହୋଇ ଯାଇଛି। ସେହିପରି ସ୍ଥାନୀୟ ଆର୍ତୁଙ୍ଗ ପଞ୍ଚାୟତ ବିଦ୍ୟାଳୟ ରେ ବୃକ୍ଷ ରୋପଣ ଓ ସ୍ବାସ୍ଥ୍ୟ କେନ୍ଦ୍ର ରେ ରେ ଫଳ ବଣ୍ଟନ କାର୍ଯ୍ୟ କର୍ମ ହୋଇ ଯାଇଛି। ଏହାର ଗୋଟେ ଦିନ ପୂର୍ବରୁ ସ୍ଥାନୀୟ ନୀଳମଣି ଟାଉନ ହଲ ପରିସର ରେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଏକ ରକ୍ତ ଦାନ ଶିବିର ଆୟୋଜନ ହୋଇଯାଇଛି। ପୌର ପରିଷଦ ର ବିଭିନ୍ନ ୱାର୍ଡ ସ୍ତରରୁ ଯୁବକ ମାନେ ସେଚ୍ଛାକୃତ୍ ଭାବେ ରକ୍ତ ଦାନ କରିଥିଲେ। ଏହି ରକ୍ତ ଦାନ ଶିବିର ରେ ମୋଟ ୧୦୨ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ପ୍ରତିଷ୍ଠା ଦିବସ ପାଳନ ରେ ବାସୁଦେବପୁର ବିଧାୟକ ବିଷ୍ଣୁ ବ୍ରତ ରାଉତ ରାୟ ଙ୍କ ନେତୃତ୍ବରେ ବହୁ ଆଡମ୍ବର ରେ ଧୁମ୍ ଧାମରେ ପାଳନ ହୋଇ ଯାଇଛି।
ବାସୁଦେବପୁର ବ୍ଲକ ବିଜେଡ଼ି ସଭାପତି ଦିନ ବନ୍ଧୁ ଦାସ, ପଞ୍ଚାୟତ ସମିତି ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ଵାଳ, ପୌର ଅଧ୍ୟକ୍ଷା ନିବେଦିତା ବେହେରା, ଉପାଧ୍ୟକ୍ଷ ଉତ୍ତମ ବାରିକ୍,ବିଧାୟକ ଙ୍କ ପ୍ରତିନିଧି ଅସିତ୍ କୁମାର ଦାସ, ନିର୍ବାଚନ ମଣ୍ଡଳୀ ଯୁବ ବିଜେଡ଼ି ସଭାପତି ଦେବ ଦର୍ଶନ ଦାସ, ଜଗବନ୍ଧୁ ଖିଲାର, ନଗର ଯୁବ ବିଜେଡ଼ି ସଭାପତି ମାନସ ସାହୁ, ଛାତ୍ର ସଭାପତି କାଳନ୍ଦୀ ସାହୁ, ଚିନ୍ମୟ ବାରିକ୍, ପ୍ରଫୁଲ୍ଲ ବିଶ୍ଵାଳ, ଙ୍କ ସହ ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ, ସରପଂଚ, ସମିତି ସଭ୍ୟ, କାଉନସିଲର, ଛାତ୍ର, ମହିଳା, ଯୁବ ବିଜେଡ଼ି କର୍ମ କର୍ତ୍ତା ଉପସ୍ଥିତ ରହି ସଫଳ କରାଇ ଥିଲେ।