ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ମହାପ୍ରଭୁଙ୍କ ସ୍ନାନଯାତ୍ରା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଜେଷ୍ଠ ମାସ ଶୁକ୍ଳପକ୍ଷ ପୁର୍ଣ୍ଣୀମା ତିଥିରେ ଶ୍ରୀକ୍ଷେତ୍ର ସହ ଅନ୍ୟାନ୍ୟ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଥାଏ । ଅନ୍ୟ ଭାବରେ କହିବାକୁ ଗଲେ ଏହି ଦିନକୁ ମହାପ୍ରଭୁ କାଳିଆ ସାନ୍ତଙ୍କ ଜନ୍ମ ଉତ୍ସବ ଭାବେ ମଧ୍ୟ ପାଳନ କରାଯାଇଥାଏ । ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ମଧ୍ୟ ଖୁବ୍ ଆଡ଼ମ୍ବରରେ ପାଳନ ହେଉଛି ମହାପ୍ରଭୁଙ୍କ ସ୍ନାନ ଯାତ୍ରା । ଭକ୍ତ ତ ଭକ୍ତ, ସ୍ବର୍ଗରୁ ଦେବତା ମାନେ ମଧ୍ୟ ଏହି ଚତୁର୍ଧା ମୃର୍ତ୍ତିଙ୍କ ଦିବ୍ୟ ସ୍ନାନ ଦର୍ଶନ କରିବା ପାଇଁ ବ୍ୟାକୁଳିତ ଥାନ୍ତି।

ଏହି ଅପୂର୍ବ ଦୃଶ୍ୟ ହେଉଛି ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାର ଶ୍ରୀଶ୍ରୀ ହରିବଳଦେବଜୀଉଙ୍କ ସ୍ନାନ ମଣ୍ଡପର ଦୃଶ୍ୟ। ଆଜି ମହାପ୍ରଭୁଙ୍କ ଅଲୌକିକ ସ୍ନାନଯାତ୍ରା ମହାସମାରୋହରେ ପାଳିତ ହେଉଛି । ଚଳିତ ବର୍ଷ ଏହି ଅପୁର୍ବ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ସକାଳ ୪ଟା ୩୦ମିନିଟ ରେ ଶ୍ରୀମନ୍ଦିର ରୁ ୪ର୍ଥା ମୁର୍ତ୍ତି ଙ୍କୁ ଗୋଟି ପହଣ୍ଡିରେ ରତ୍ନ ସିଂହାସନ ରୁ ସ୍ନାନ ମଣ୍ଡପ ଜନ୍ମବେଦୀ କୁ ଅଣାଯାଇଥିଲା । ପ୍ରତି ଦିଅଁଙ୍କୁ ପ୍ରଥମେ ପଇଡ ଜଳ , ଗଙ୍ଗା ଜଳ ସହ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରାଯାଇଅଛି । ଏହାପରେ ଚନ୍ଦନ ଲାଗି ପରେ ସକାଳ ଧୁପ ଅର୍ପଣ କରିଥିଲେ ପୁଜକ ସେବକ । ମହାପ୍ରଭୁଙ୍କର ଏହି ଅପୂର୍ବ ଦୃଶ୍ୟକୁ ଦର୍ଶନ କରିବା ପାଇଁ ଦୁର ଦୁରାନ୍ତରୁ ଭକ୍ତମାନେ ଆସି ସ୍ନାନ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନକରି କୋଟି ପୁଣ୍ୟ ଅର୍ଜନ କରିବାର ସୌଭାଗ୍ୟ ଅର୍ଜନ କରିଥିବା ପ୍ରକାଶ କରିଛନ୍ତି ଶ୍ରଦ୍ଧାଳୁ। ୧୫୭୫ ମସିହାରେ ଭଞ୍ଜବଂଶ ଦାୟଦ ବୈଦ୍ୟନାଥ ଭଞ୍ଜଙ୍କ ଦ୍ବାରା ନିର୍ମିତ ଏହି ମନ୍ଦିରରେ କାହିଁ କେଉଁ ଅମଳରୁ ଚାଲିଆସୁଅଛି ଏହି ସ୍ନାନ ପରମ୍ପରା ।

ପୂର୍ବ ପରମ୍ପରା ଓ ରୀତିନୀତି ଅନୁସାରେ ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦା ଶ୍ରୀ ଶ୍ରୀ ହରିବଳଦେବ ଜିଉ ଙ୍କ ଆଜି ସ୍ନାନ ପର୍ବ ଓ ଦେବ ନିତି ସୁରୁଖୁରୁରେ ପାଳନ ସରିଥିବା ନେଇ ସୁଚନା ଦେଇଛନ୍ତି ମନ୍ଦିର ପୁଜକ କାମେଶ୍ବର ତ୍ରିପାଠୀ । ସେହିପରି ଭକ୍ତଙ୍କ ସୁରକ୍ଷା ଦୃଶ୍ଟିରେ ରଖି ପୋଲିସ ପକ୍ଷରୁ ଜଣେ ଏଡିସନାଲ ଏସପି , ୪ଜଣ ଡିଏସପି , ୩ଜଣ ଅଫିସର ଙ୍କ ସହ ୬ପ୍ଲାଟୁନ ସୁରକ୍ଷା ବଳ ନିୟୋଜିତ ହୋଇଛନ୍ତି । ଶାନ୍ତିଶୃଙ୍ଖଳା ର ସହ ଭକ୍ତଗଣଙ୍କୁ ଦର୍ଶନ କରିବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଶ୍ରୀକ୍ଷେତ୍ର ପୁରୀ ପରେ ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ମଧ୍ୟ ଚଳିତ ବର୍ଷ ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୁର୍ତ୍ତି ଙ୍କୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁ ଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି।

Leave A Reply

Your email address will not be published.