ବଉଳା ଡିଗ୍ରୀ କଲେଜ ସୋସୋରେ ରକ୍ତଦାନ ଶିବିର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବଉଳା ଡିଗ୍ରୀ କଲେଜ ସୋସୋରେ ରକ୍ତଦାନ ଶିବିର | ବଉଳା ଡିଗ୍ରୀ କଲେଜ ସୋସୋରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।

ନୂଆ ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ କଲେଜର ଅଧ୍ୟକ୍ଷ ରବିନ୍ଦ୍ର ପାତ୍ର ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାର ଡାକ୍ତର ବେଂଜାମିନ ସିରକା, ଅବସରପ୍ରାପ୍ତ ଅଧ୍ୟାପକ ତଥା କଲେଜ ପରିଚାଳନା କମିଟି ସଭାପତି ରବିନ୍ଦ୍ର କୁମାର ଜେନା ପ୍ରମୁଖ ଯୋଗଦେଇ ନୂଆ ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ଭିତରେ ସାମାଜିକ କର୍ତ୍ତବ୍ୟ ବୋଧତା ସମ୍ପର୍କରେ ଆଲୋକପାତ କରିଥିଲେ।

ଏହି ରକ୍ତଦାନ ଶିବିରରୁ ୨୫ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ନୋଡାଲ ଅଫିସର ଅଧ୍ୟାପକ ନିରାକାର ମହାନ୍ତି, ଓ ଅନ୍ୟ କଲେଜ ଅଧ୍ୟାପକ ଅଧ୍ୟାପିକା ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave A Reply

Your email address will not be published.