ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଜୁ ଛାତ୍ର ଜନତା ଦଳ ତରଫରୁ ଆରମ୍ଭ ହେଲା ଜଳସେବା, ଶୁଭାରମ୍ଭ କାର୍ଯ୍ଯକ୍ରମରେ ଯୋଗଦେଲେ ବିଏମସି ମେୟର

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଅଶିତ ରଞ୍ଜନ ଦାସଙ୍କ ନେତୃତ୍ବରେ ଆପୋଲେ ରୋଡ ନିକଟରେ ଜଳସେବା କେନ୍ଦ୍ର ଅନୁଷ୍ଠିତ ହୋଇଯାଇଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ପଥଚାରୀ ମାନଙ୍କୁ ପ୍ରତ୍ୟେହ ସ୍ଵଛ ପାନୀୟ ଜଳ ପ୍ରଦାନ ନିମନ୍ତେ ଏହି ଜଳସେବା ଆରମ୍ଭ କରାଯାଇଛି। ଶୁଭାରମ୍ଭ କାର୍ଯ୍ଯକ୍ରମରେ ବିସିଜେଡିର ରାଜ୍ୟ ସଭାପାତି ତଥା ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ଭୁବନେଶ୍ବର ମେୟର ସୁଲଚନା ଦାସ , ଯୁଗ୍ମ ସଂପାଦକ (ଓଡ଼ିଶା-ମୋ ପରିବାର) ରୁଦ୍ର ନାରାୟଣ ସାମନ୍ତରାୟ ଅତିଥି ଭାବେ ଯୋଗଦେଇ କାର୍ଯ୍ଯକ୍ରମକୁ ଉଦଘାଟନ କରିଥିଲେ ।ବିଜୁ ଜନତା ଦଳ ବିଭିନ୍ନ କାର୍ଯ୍ଯକ୍ରମ ଜରିଆରେ ସବୁବେଳେ ସାଧାରଣ ଲୋକଙ୍କୁ ସେବା ଯୋଗାଇ ଆସୁଛି ବୋଲି ଭୁବନେଶ୍ବର ମେୟର ସୁଲଚନା ଦାସ କହିଥିଲେ। ।ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ତଥା ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଯୋଗଦେଇଥିଲେ। ଏହି ଜଳଛତ୍ର କିପରି ସଫଳ ହୋଇପାରିବ ଏହାର ସୁପରିଚାଳନା ଦିଗକୁ ଗରୁତ୍ବ ଦେଇଥିଲେ। ସମାଜସେବୀ ମାନି ପଣ୍ଡା

ସେହିପରି ଯୁଗ୍ମ ସଂପାଦକ (ଓଡ଼ିଶା-ମୋ ପରିବାର) ରୁଦ୍ର ନାରାୟଣ ସାମନ୍ତରାୟ ଯୋଗେଦଇଥିଲେ। ସେ ଅସିତଙ୍କ ନେତୃତ୍ବରେ ଏଭଳି ଏକ ସାମାଜିକ କାର୍ଯ୍ଯକ୍ରମକୁ ପ୍ରଶଂସା କରିଥିଲେ।
ଅସିତ ରଞ୍ଜନଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ଯକ୍ରମରେ ତାଙ୍କର ଶୁଭେଚ୍ଛୁ, ବିଜୁ ଜନତା ଦଳର ଅନେକ ଛାତ୍ର ଓ ଯୁବ ନେତା ସାମିଲ ହୋଇ ଜଳସେବା କାର୍ଯ୍ଯକ୍ରମକୁ ସଫଳ କରାଇଥିଲେ।

Leave A Reply

Your email address will not be published.