ଭୁବନେଶ୍ୱର-କଟକ-ପୁରୀ-ପାରାଦ୍ୱୀପ ଇକୋନୋମିକ୍ ରିଜିଅନ୍-BCPPER ଶୁଭାରମ୍ଭ

0

ଓଡ଼ିଆ ନ୍ୟୁଜ୍: ଭୁବନେଶ୍ୱର-କଟକ-ପୁରୀ-ପାରାଦ୍ୱୀପ ଇକୋନୋମିକ୍ ରିଜିଅନ୍-BCPPER ଶୁଭାରମ୍ଭ।ଲୋକସେବା ଭବନଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶୁଭାରମ୍ଭ କଲେ CM। ‘ଗ୍ରେଟର ଭୁବନେଶ୍ୱର ପାଇଁ ସୃଷ୍ଟି ହେଉଛି ଆବଶ୍ୟକୀୟ ଭିତ୍ତିଭୂମି’। ‘ରିଙ୍ଗ ରୋଡ଼, ନୂତନ ସିଟି, ସେମି କଣ୍ଡକ୍ଟର ହବ୍ ଆଦିକୁ ଗୁରୁତ୍ୱ ଦେଉଛୁ’। ଭିତ୍ତିଭୂମିର ସର୍ବାଙ୍ଗୀନ ବିକାଶ ମାଧ୍ୟମରେ ସମୃଦ୍ଧ ଓଡ଼ିଶା ଗଠନ ଲକ୍ଷ୍ୟ’।‘ଏହି ଦିଗରେ ନୀତି ଆୟୋଗଙ୍କ ସହଯୋଗରେ ପ୍ରସ୍ତୁତ BCPPER’। ‘ଭିତ୍ତିଭୂମି ଓ ଅର୍ଥନୀତି କ୍ଷେତ୍ରରେ ଏକ ନୂତନ ଯୁଗର ସୂତ୍ରପାତ କରିବାକୁ ଯାଉଛି’ ଏହି ଅଞ୍ଚଳଗୁଡ଼ିକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ, ଐତିହ୍ୟ, ଶିଳ୍ପ, ଲଜିଷ୍ଟିକ୍ସ ହବ୍‌ ହେବ’।୨୦୩୬ ସୁଦ୍ଧା ‘ସମୃଦ୍ଧ ଓଡ଼ିଶା’ ଓ ୨୦୪୭ ସୁଦ୍ଧା ‘ବିକଶିତ ଭାରତ’ ସ୍ୱପ୍ନ ସାକାର ହେବ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ବିସିପିପିଇଆର ହେବ ଓଡ଼ିଶା ଭିଜନ ୨୦୪୭ର ମୁଖ୍ୟ ଗ୍ରୋଥ୍ ଇଞ୍ଜିନ । ଏହି ଅଞ୍ଚଳରେ ୪ଟି ଜିଲ୍ଲା ପୁରୀ-ଖୋର୍ଦ୍ଧା-କଟକ-ଜଗତସିଂହପୁର ସାମିଲ । ୧୧ ହଜାର ୮୯୨ବର୍ଗ କିଲୋମିଟର ଅଞ୍ଚଳ ପରିବ୍ୟାପ୍ତ । ୨୦୨୫ରେ ରାଜ୍ୟର ଜିଡିପିକୁ ଏହି ୪ଟି ଅଞ୍ଚଳର ଅବଦାନ ୧୯ ପ୍ରତିଶତ, ୨୨.୩୮ ବିଲିଅନ ଡଲାର । ୨୦୪୭ ସୁଦ୍ଧା ଏହି ଅଞ୍ଚଳର ଅବଦାନ ୧୫ ଗୁଣା ବୃଦ୍ଧି ଲକ୍ଷ୍ୟ ରହିଛି । ଏହି ଅଞ୍ଚଳର ସମନ୍ବିତ ଭିତ୍ତିଭୂମି ସଂସ୍କୃତି-ଅନୁକୂଳ, ନବସୃଜନ-ଅନୁକୂଳ, ପ୍ରକୃତି-ଅନୁକୂଳ ଆଧାରିତ । ପୁରୀର ସାଂସ୍କୃତିକ ଗାରିମା, ପାରାଦୀପ ବନ୍ଦର ନଗରୀ, ଆଇଟି ଏଜୁକେସନ ହବ୍ ଭୁବନେଶ୍ୱର, ଐତିହ୍ୟ ସମ୍ପନ୍ନ କଟକ ସହର ଏ ଅଞ୍ଚଳକୁ ଭିନ୍ନ ପରିଚୟ ଦେବ । ୮୦ଟି ପ୍ରକଳ୍ପ ଓ ୩୦ଟି ଢ଼ାଞ୍ଚାଗତ ନୀତିକୁ ନେଇ ଯୋଜନା ପ୍ରସ୍ତୁତ । ଅର୍ଥନୈତିକ ଦୃଷ୍ଟିରୁ ପାଞ୍ଚ ନମ୍ୱରରେ ଆମେ ରହିବା । ବହୁତ ସ୍ପିଡରେ ଆମକୁ କାର୍ଯ୍ୟ କରିବାକୁ ପଡିବ ।

Leave A Reply

Your email address will not be published.