ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାଜଧାନୀରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ ରେ ବନ୍ଧା ହେଲେ ବିଡିଏ ଫିଲଡ଼ ଇନ୍ସପେକ୍ଟର।ଘରର ପ୍ଲାନ କରାଇଦେବା ଆଳରେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ।ଗତ ଫେବୃୟାରୀ ୯ ତାରିଖରେ ଲକ୍ଷ୍ମୀ ସାଗର ଥାନାରେ ଜଣେ ମହିଳା ଅଭିଯୋଗ କରିଥିଲେ।
ଅଭିଯୋଗ ଆଧାରରେ ଲକ୍ଷ୍ମୀ ସାଗର ଥାନା ପୋଲିସ ତଦନ୍ତ କରିଥିଲା।ଫିଲଡ଼ ଇନ୍ସପେକ୍ଟରଙ୍କ ଘରେ ବାରମ୍ବାର ପୋଲିସ ମଧ୍ୟ ଚଢ଼ାଓ କରିଥିଲା। ଗିରଫ ଭୟରେ ମନୋରଞ୍ଜନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଆଗୁଆ ଜାମିନ ଆବେଦନ କରିଥିଲେ।
ମନୋରଞ୍ଜନଙ୍କ ଜାମିନ ଆଗ୍ରହ ହେବ ସହ ତଳ କୋର୍ଟ ରେ 4ସପ୍ତାହ ମଧ୍ୟରେ ହାଜର ହେବା ପାଇଁ କୋର୍ଟ ନିର୍ଦେଶ ଦେଇଥିଲେ।କିନ୍ତୁ ଏହାକୁ ଏଡାଇ ଚାଲିଥିଲେ ମନୋରଞ୍ଜନ।ଫଳରେ ମନୋରଞ୍ଜନ ଙ୍କୁ ତୁରନ୍ତ ଗିରଫ କରିବା ପାଇଁ ମାନ୍ୟବର କୋର୍ଟ ଲକ୍ଷ୍ମୀ ସାଗର ଥାନା କୁ ନିର୍ଦେଶ ଦେଇଥିଲେ। ମନୋରଞ୍ଜନ ବିଡିଏ କାର୍ଯ୍ୟଳୟରେ ଥିବା ବେଳେ ପୋଲିସ ଗିରଫ କରିଛି।