ସାବଧାନ! ଇଂଲିଶ କହିଲେ ଦେବେ ଜରିମାନା

0

ନୂଆଦିଲ୍ଲୀ: ଇଂରାଜୀକୁ ଯୋଗାଯୋଗ ମାଧ୍ୟମ ଭାବେ  ଏବେ ବିଶ୍ୱର ଭାଷା ଭାବେ ଗଣାଯାଉଛି । ଅଫିସଠୁ ଆରମ୍ଭ କରି ବଡ ବଡ ହୋଟେଲ ଯାଏ ସବୁଠି ଇଂରାଜୀ ଭାଷାର ଗୁରୁତ୍ୱ ରହିଛି।   ଇଂରାଜୀ ନଜାଣିଲେ ଆମ ଦେଶ ଅବା ରାଜ୍ୟରେ ଲୋକଙ୍କୁ ଅଜ୍ଞ ବୋଲି ଭାବନ୍ତି । କିନ୍ତୁ ଏଥର ଆଉ ଚାଲିବନି ଇଂଲିଶ କହିବା । ଯଦି ଆପଣ ଇଂଲିଶ କୁହନ୍ତି, ତେବେ ତଣ୍ଡ ଗଣିବେ ।

ଇଟାଲିରେ ଇଂରାଜୀ ଭାଷାର ବ୍ୟବହାର ଉପରେ ଲାଗିବ ରୋକ୍ । ଇଂରାଜୀ ସହ ଅନ୍ୟାନ୍ୟ ବିଦେଶୀ ଭାଷାର ବ୍ୟବହାର ବନ୍ଦ କରାଯିବାକୁ ଇଟାଲୀ ସରକାର ଲକ୍ଷ୍ୟ ରଖିଛନ୍ତି ।। ଏନେଇ ଏକ ସ୍ୱତନ୍ତ୍ର ଆଇନ ଆଣିବାକୁ  ଯାଉଛନ୍ତି ବୋଲି ଇଟାଲି ସରକାରଙ୍କ ସୂଚନା ଦେଇଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଇଂରାଜୀ କିମ୍ବା ଅନ୍ୟାନ୍ୟ ବିଦେଶୀ ଭାଷା ବ୍ୟବହାର କଲେ  ଜୋରିମାନା ଦେବାକୁ ପଡ଼ିବ ।

୧ ଲକ୍ଷ ୟୁରୋ ପର୍ୟ୍ୟନ୍ତ ଜୋରିମାନା କରିବାକୁ ଆଇନରେ ପ୍ରସ୍ତାବ ହୋଇଛି । ବ୍ରିଟେନ ଆଉ ୟୁରୋପୀୟ ସଂଘରେ ନ ଥିବାରୁ ଏପରି ପଦକ୍ଷେପ ନେଇଛନ୍ତି ।

Leave A Reply

Your email address will not be published.