ଶାହଙ୍କ ଗସ୍ତ ପୂର୍ବରୁ ରାଜ୍ୟ ବିଜେପିର ନୂଆ ଟିମ୍, ୩୫ଜଣିଆ ତାଲିକା ଘୋଷଣା କଲେ ରାଜ୍ୟ ବିଜେପି ସଭାପତି

0

ଓଡିଆ ନ୍ୟୁଜ (ବ୍ୟୁରୋ) : ଶାହଙ୍କ ଗସ୍ତ ପୂର୍ବରୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ତାଙ୍କର ନୂଆ ଟିମ ଘୋଷଣା କରିଛନ୍ତି । ବିଜେପି ରାଜ୍ୟ ପଦାଧିକାରୀ ଓ ମୋର୍ଚ୍ଚା ସଭାପତିଙ୍କ ନାମ ଘୋଷଣା କରାଯାଇଛି । ବିଜେପି ରାଜ୍ୟ ସଭାପତି ୩୫ ଜଣିଆ ତାଲିକା ଜାରି କରିଥିବାବେଳେ ଏଥିରେ ୧୦ ଜଣ ଉପସଭାପତି ଓ ୫ ଜଣ ସାଧାରଣ ସମ୍ପାଦକ ଅଛନ୍ତି । ଏହା ସହିତ୧୦ ଜଣ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ ରହିଛନ୍ତି।

ରାଜ୍ୟ ବିଜେପିର ଉପସଭାପତି ତାଲିକା – ନାଉରୀ ନାୟକ, ଅପରାଜିତା ଷଡ଼ଙ୍ଗୀ, ରବି ନାଏକ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର,ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଗୋଲକ ମହାପାତ୍ର, କୁସୁମ ଟେଟେ, ସୁକେଶି ଓରାମ, ବିରଞ୍ଚିନାରାୟଣ ତ୍ରିପାଠୀ ଓ ଲେଖାଶ୍ରୀ ସାମନ୍ତସିଂହାର।

ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ତାଲିକାରେ – ସାରଦା ପ୍ରସାଦ ଶତପଥୀ, ଯତୀନ ମହାନ୍ତି, ଶ୍ରୀମତି ପୂର୍ଣ୍ଣିମା କେର୍କେଟା, ସୀମାଞ୍ଚଳ ଖଟେଇ ଓ ମାନସ କୁମାର ମହାନ୍ତି।

ରାଜ୍ୟ ବିଜେପିର ସମ୍ପାଦକ ତାଲିକା – ରମେଶ ଚନ୍ଦ୍ର ସାହୁ,ଟଙ୍କଧର ତ୍ରିପାଠୀ, ନବୀନ ରାମ, ଶ୍ରୀମତି ସିପ୍ରା ବାଜପେୟୀ, ଅଭିମନ୍ୟୁ ସେଠୀ, ସରୋଜ କୁମାର କର, ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର, ଶ୍ରୀମତି କସ୍ତୁରୀ ମିଶ୍ର, ଶ୍ରୀମତି ପୂର୍ଣ୍ଣିମା ନାୟକ ଓ ଇରାଶିଷ ଆଚାର୍ୟ୍ୟ। ସେହିପରି ବିଜେପି ଯୁବ ମୋର୍ଚ୍ଚା ସଭାପତି ଭାବେ ଅଭିଳାଷ ପଣ୍ଡାଙ୍କୁ ନିଯୁକ୍ତି ମିଳିଥିବା ବେଳେ ମହିଳା ମୋର୍ଚ୍ଚା ସଭାପତି ହେଲେ ଡକ୍ଟର ଐଶ୍ଚର୍ୟ୍ୟା ବିଶ୍ୱାଳ, କିଷାନ ମୋର୍ଚ୍ଚା ସଭାପତି ଭାବେ ମହେଶ୍ୱର ସାହୁଙ୍କୁ ମିଳିଛି ନିଯୁକ୍ତି। ଏସଟି ମୋର୍ଚ୍ଚା ସଭାପତି ଭାବେ ନିତ୍ୟାନନ୍ଦ ଗଣ୍ଡ, ଏସ୍‌ସି ମୋର୍ଚ୍ଚା ସଭାପତି ଭାବେ ବିଭୁପ୍ରସାଦ ତରାଇ ଓ ଓବିସି ମୋର୍ଚ୍ଚା ସଭାପତି ଭାବେ ସୁରଥ ବିଶ୍ୱାଳଙ୍କୁ ମିଳିଛି ନୂଆ ଦାୟିତ୍ୱ। ବିଜେପି ପକ୍ଷରୁ ଜାରି ନୂଆ ତାଲିକାରେ ପୃଥ୍ୱୀରାଜ ହରିଚନ୍ଦନ, ଭୃଗୁ ବକ୍ସିପାତ୍ର ଓ ପ୍ରଦୀପ ପୁରୋହିତଙ୍କୁ ଏହି ତାଲିକାରେ ସାମିଲ କରାଯାଇନି। ସେମାନେ ଆଗାମୀ ନିର୍ବାଚନରେ ମଇଦାନକୁ ଓହ୍ଲାଇବା ନିମନ୍ତେ ଆଲୋଚନା ହେଉଥିବାରୁ ନିଜ ନିର୍ବାଚନ ମଣ୍ଡଳୀରେ ଅଧିକ ସମୟ ବିତାଇବାକୁ ସେମାନଙ୍କୁ ଦଳୀୟ ଦାୟିତ୍ୱରୁ ମୁକ୍ତ ମିଳିଛି। ବିଜେପି ନୂଆ ଟିମ୍‌କୁ ନେଇ ଦଳର ଉପସଭାପତି ଗୋଲକ ମହାପାତ୍ର ବେଶ୍‌ ଉତ୍ସାହିତ ଥିବା କହିଛନ୍ତି।

ସେ କହିଛନ୍ତି, ଆଗାମୀ ଦିନରେ ଏହି କମିଟି ପୂରା ଦମ୍‌ରେ କାମ କରି ଦଳକୁ ମଜଭୁତ କରିବ। ଆସନ୍ତା ଥର ହେବାକୁ ଥିବା ନିର୍ବାଚନ ଜିତି ସରକାର ଗଠନ ପାଇଁ ଅକ୍ଳାନ୍ତ ପରିଶ୍ରମ ଜାରି ରହିବ। ଦଳର ବିଭିନ୍ନ ପଦ ପଦବୀରେ ସାମିଲ ହୋଇଥିବା କର୍ମକର୍ତ୍ତା ଦୀର୍ଘ ଦିନ ହେଲା ବିଜେପି ସହ ଜଡ଼ିତ ଅଛନ୍ତି। ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ବିଜେପି ଆଗାମୀ ନିର୍ବାଚନ ବୈତରଣୀ ପାର କରିବ।

Leave A Reply

Your email address will not be published.