ଇଛାଧୀନ କୋଟାରେ ଗୋଟିଏ ମାତ୍ର ପ୍ଳଟ ଥିବା ହିତାଧିକାରୀଙ୍କୁ ସିଡିଏ ତରଫରୁ ମିଳିବ ମାଲିକାନା ସତ୍ୱ, ହାଇକୋର୍ଟ ଦେଲେ ଆଶ୍ୱସ୍ତି
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଇଛାଧିନ କୋଟାରେ ଗୋଟିଏ ମାତ୍ର ପ୍ଳଟ ନେଇଥିବା ହିତାଧିକାରୀଙ୍କୁ ମିଳିଲା ଆଶ୍ୱସ୍ତି। ସିଡିଏ ପ୍ଳଟ ହସ୍ତାନ୍ତରକୁ ନେଇ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ ପାଇଛି। ଇଛାଧୀନ କୋଟାରେ ଗୋଟିଏ ମାତ୍ର ପ୍ଳଟ ଥିବା ହିତାଧିକାରୀଙ୍କୁ ସିଡିଏ ତରଫରୁ ମାଲିକାନା ସତ୍ୱ ମିଳିବ। ସେମାନଙ୍କୁ ପ୍ଳଟ ହସ୍ତାନ୍ତର କରିବେ ସିଡିଏ।
କଟକ ମର୍କତନଗର ସ୍ଥିତ ସିଡିଏ ସେକ୍ଟର ୧୩ ରେ ନବକିଶୋର ନାୟକ ନଗର ଉନ୍ନୟନ ବିଭାଗର ମନ୍ତ୍ରୀଙ୍କ ଇଛଧିନ କୋଟାରେ ଗୋଟିଏ ମାତ୍ର ପ୍ଳଟ ପାଇଥିଲେ। ସିଡିଏ ତରଫରୁ ତାଙ୍କୁ କେବଳ ଆଳଟ ମେଣ୍ଟ ମିଳିଥିଲା,କିନ୍ତ ଜାଗା ଦଖଲ ଦିଆଯାଇ ନ ଥିଲା। ଏଭଳି ସ୍ଥିତିରେ ତାରାଦତ୍ତ କମିଟିର ରିପୋର୍ଟ ପଦାକୁ ଆସିଲା।ଏହି ରିପୋର୍ଟରେ ସମସ୍ତ ଇଛାଧିନ କୋଟା ବାତିଲ କରିବାକୁ କୁହାଯାଇଥିଲା। ଏହା ପରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ହାଇକୋର୍ଟ ମାମଲାର ଶୁଣାଣି କରି ଦର୍ଶାଇ ଥିଲେ ଯେହେତୁ ସେ ଗୋଟିଏ ମାତ୍ର ପ୍ଳଟ ପାଇଛନ୍ତି, ତାଙ୍କ ପାଇଁ ନୋଟିସ ମୂଲ୍ଯହୀନ ଓ ତାଙ୍କୁ ତାଙ୍କର ପ୍ଳଟ ମିଳିବାରେ କୌଣସି ଅସୁବିଧା ନାହିଁ।ଏକ ମାସ ଭିତରେ ଜମି ହସ୍ତାନ୍ତର କରିବାକୁ ସିଡିଏ ର୍କୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଠିକ ସେହିପରି ଗୋଲାପ ସାହୁଙ୍କୁ ଅଲଟମେଣ୍ଟ କରାଯାଇଥିଲା କିନ୍ତୁ ତାଙ୍କୁ ମଧ୍ଯ ଜମି ହସ୍ତାନ୍ତର ହୋଇନଥିଲା। ସେ ହାଇକୋର୍ଟରେ ମାମଲା ଦାୟର କରିଥିଲେ। ଇଛାଧିନ କୋଟାରେ ଗୋଟିଏ ମାତ୍ର ପ୍ଳଟ ପାଇଥିବା ହିତାଧିକାରୀଙ୍କ ପାଇଁ ଏବେ କୌଣସି ଆଇନଗତ ପ୍ରତିବନ୍ଧକ ରହିବ ନାହିଁ ବୋଲି ଜଷ୍ଟିସ ବିଶ୍ୱନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।