ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଆମେ ସମୟରେ ଭିନ୍ନ ଭିନ୍ନ ଫଳ ଜୁସ ପିଇଥାଉ | ହେଲେ ଆମେ ଆପଣଙ୍କୁ ଏମିତି କିଛି ଫଳର ନାମ କହିବୁ ଯାହାର ଜୁସ ପିଇବା ଫଳରେ ଆପଣ ଶୀତଋତୁରେ ସୁସ୍ଥ ଅନୁଭବ କରିପାରିବେ |ଫଳ ନାମରେ ଅଲଗା ଅଲଗା ଜୁସ ବିଷୟରେ ଶୁଣିଛୁ, ଯେପରିକି ଆମ୍ବ ଜୁସ, କମଳା ଜୁସ, ସପୁରୀ ଜୁସ ଇତ୍ୟାଦି, କିନ୍ତୁ ଏହି ଏବିସି ଜୁସ କଣ ? ଏହା ନିଶ୍ଚିନ୍ତ ଭାବରେ ଆପଣଙ୍କ ମନରେ କିଛି ଗୋଟିଏ ଧାରଣା ସୃଷ୍ଟି କରୁଥିବ l
ଏବିସି ଜୁସ ଅର୍ଥ ଏ ରେ ଆପେଲ ବା ସେଓ, ବି ରେ ବିଟ ରୁଟ ଏବଂ ସି ରେ କ୍ୟାରଟ ବା ଗାଜର ରେ ପ୍ରସ୍ତୁତ ଜୁସ ଅଟେ l ଏହି ଜୁସ ଫିଟନେସ ପସନ୍ଦ ବ୍ୟକ୍ତିଙ୍କ ର ଖୁବ ପ୍ରିୟ ଅଟେ l ଏହା ଶରୀର କୁ ସୁସ୍ଥ ରଖିବା ସହିତ ଡିଟକ୍ସ କରିଥାଏ l ଏବିସି ଜୁସ ପିଇବାର ଲାଭ । ଏତେ ଗୁଡିଏ ନିୟୁଟ୍ରିଏଣ୍ଟସ ଥିବା ଓ ଆଣ୍ଟି ଅକ୍ସିଡେଣ୍ଟ ଥିବା କାରଣରୁ ଜୁସ ଆମ ଇମ୍ୟୁନିଟି କୁ ଷ୍ଟ୍ରଙ୍ଗ ରଖିଥାଏ ଓ ଶ୍ୱେତ ରକ୍ତ କଣିକା ବା ହ୍ୱାଇଟ ବ୍ଲଡ଼ ସେଲ ବୃଦ୍ଧି କରିଥାଏ । ଶରୀର ର ଅନେକ ଗୁଡିଏ ନିୟୁଟ୍ରିଏଣ୍ଟସ ଏହି ଜୁସ ପିଇବା ଦ୍ୱାରା ଠିକ ରହିଥାଏ ଓ ଶରୀର ରେ କମି ଥିବା ଭୀଟାମୀନସ ମଧ୍ୟ ପୁର୍ଣ ହୋଇଥାଏ । ଶରୀର କୁ ଏହି ଜୁସ ଡିଟକ୍ସ କରିବାରେ ସାହାଯ୍ୟ କରିଥାଏ ଏବଂ ବର୍ଜ୍ୟ ବସ୍ତୁକୁ ଶରୀରରୁ ବାହାର କରିଥାଏ l ତ୍ୱଚାରେ ପ୍ରାକୃତିକ ଚମକ ଆଣିଥାଏ l ଏହି ଜୁସ ସେବନ ଦ୍ୱାରା ଉଭୟ ତ୍ୱଚା ଓ କେଶ କୁ ଭଲ ଫଳ ମିଳିଥାଏ l ଯାହାଦ୍ୱାରା ସ୍କିଂ ଟାଇଟ ରୁହେ ଓ କେଶ ଝଡ଼ିବା କମି ଯାଇଥାଏ l
ବିଶେଷ କଥାଟି ହେଲା ଓଜନ ହ୍ରାସ କରିବାରେ ଏବିସି ଜୁସ ସାହାଯ୍ୟ କରିଥାଏ l ଗ୍ୟାସ, ଏସିଡ଼ିଟି ସମସ୍ୟା ଦୂର ହୋଇ ଖାଦ୍ୟ ହଜମ ସହଜ ରେ ହୋଇଥାଏ l କୋଲେଷ୍ଟ୍ରଲ ହ୍ରାସ କରି ବ୍ଲଡ଼ ପ୍ରେସର ସନ୍ତୁଳନ ରଖିଥାଏ, ଶରୀର କୁ ଶୀତଋତୁରେ ରୋଗ ମୁକ୍ତ ରଖିଥାଏ l ତେବେ ଆସନ୍ତୁ ଜାଣିବା କିପରି ଏବିସି ଜୁସ ପ୍ରସ୍ତୁତ କରିବାର ବିଧି। ସେଓ, ଗାଜର, ବିଟ ରୁଟ କୁ ଭଲରେ ଧୋଇ କାଟି ନିଅନ୍ତୁ, ଏହାକୁ ମିକସି ଯାର ରେ ପକାଇ ସେଥିରେ ସାମାନ୍ୟ ଗୁଡ଼ ଗୁଣ୍ଡ, କଳା ଲୁଣ ସ୍ୱାଦ ଅନୁସାରେ ମିଶାଇ ନିଅନ୍ତୁ , ସାମାନ୍ୟ ପାଣି ଦେଇ ପେଷି ଦିଅନ୍ତୁ l ଏହାପରେ ଗ୍ଲାସ ରେ ଢାଳି ସେଥିରେ ସାମାନ୍ୟ ଲେମ୍ବୁ ଚିପୁଡ଼ି ସେବନ କରନ୍ତୁ l