ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପ୍ରୋଟିନ୍ ଆମ ସ୍ୱାସ୍ଥ୍ୟ ପାଇଁ ଖୁବ ଜରୁରୀ। ପ୍ରୋଟିନ୍ ନୂତନ କୋଷିକାକୁ ତିଆରି କରିବା ସହ ପୁରୁଣା କୋଷିକାକୁ ପୁନଃ ତିଆରି କରିବାର କାର୍ୟ୍ୟ କରିଥାଏ। ପ୍ରୋଟିନ୍ ଅଭାବ ହେବା ଦ୍ୱାରା ଶରୀରରେ ଥକ୍କାପଣ,ଦୁର୍ବଳ ଅନୁଭବ,ମାଂସପେଶୀ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ। ଡାକ୍ତର ମଧ୍ୟ ଖାଦ୍ୟରେ ପ୍ରୋଟିନ୍ ଜାତୀୟ ଖାଦ୍ୟ ସାମିଲ କରିବାକୁ ପରାମର୍ଶ ଦେଇଥାଆନ୍ତି। କୁହାଯାଏ ଅଣ୍ଡାରେ ସବୁଠାରୁ ଅଧିକ ପ୍ରୋଟିନ୍ ଥାଏ।
ଆମେରିକାର ଜଣେ ପ୍ରଫେସର କ୍ରୀସ୍ତଫର ବାଲେସୋ କହିଛନ୍ତି ଯେ ଦୁଇଟି ଅଣ୍ଡାରେ ୧୨ ଗ୍ରାମ ପ୍ରୋଟିନ ବ୍ୟତୀତ ଭିଟାମିନ-ଏ ,ଡି ,ବି ଓ ଆୟୋଡିନ ରହିଥାଏ l ଅଣ୍ଡା ଖାଇବା ଦ୍ୱାରା ଭିଟାମିନକୁ ଗ୍ରହଣ କରିବାର କ୍ଷମତା ବଢ଼ିଯାଇଥାଏ l ଏକ ଗବେଷଣାରେ ଜଣ ପଡିଛି ଯେ ପନିପରିବା କିମ୍ବା ସାଲାଡ଼ ସହିତ ଗୋଟିଏ ଅଣ୍ଡା ମିଶାଇ ଖାଇଲେ ଖାଦ୍ୟରେ ଥିବା ଭିଟାମିନ-ଇ ମାତ୍ର ବଢ଼ିଯାଇଥାଏ l ଅଣ୍ଡା ହେଉଛି ଏପରି ଖାଦ୍ୟ, ଯାହା ଛୋଟ ଏବଂ ବୟସ୍କ ପିଲାମାନଙ୍କ ପସନ୍ଦର ଖାଦ୍ୟ। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କୁହନ୍ତି, ଅଣ୍ଡା ଶୀତ ଦିନିଆ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ। ପୁଷ୍ଟିକର ସମୃଦ୍ଧ ଅଣ୍ଡାରେ ପ୍ରଚୁର ପ୍ରୋଟିନ୍ ଥାଏ ଯାହା ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଜରୁରୀ। ହାଡକୁ ମଜବୁତ କରିବା ସହିତ ଏହା ଆଖିର ବିଶେଷ ଯତ୍ନ ନିଏ।
ଅଣ୍ଡାରେ ପ୍ରଚୁର ମାତ୍ରା ରେ କୋଲେଷ୍ଟେରୋଲ (ହାରାହାରି ୨୦୦ ମି.ଗ୍ରାମ )ରହିଥାଏ ମାତ୍ରା ଏହି କୋଲେଷ୍ଟେରୋଲ ଶରୀର ର ମେଦବହୁଳ ବା କୋଲେଷ୍ଟେରୋଲ ମାତ୍ରା ବୃଦ୍ଧି କରେ ନାହିଁ ବରଂ ଖରାପ ଏବଂ ଭଲ କଲେଷ୍ଟେରୋଲ କୁ ସମାନ ଭାବେ ଶରୀର ରେ ନିୟନ୍ତ୍ରଣ କରିଥାଏ |
ଅଣ୍ଡା ରେ ପୃଷ୍ଟିସାର ବା କାର୍ବୋହାଇଡ୍ରେଟ କମ ରହିବ ସହ ଅଧିକ ପ୍ରୋଟିନ ରହିଥାଏ ତେଣୁ ଆମେରିକାନ ଡାଇବେଟିସ ଆଶ୍ସୋସିଏସନ ଅଣ୍ଡାକୁ ଡାଇବେଟିସ ରୋଗୀ ଙ୍କ ଲାଗି ଏକ ଉତ୍ତମ ଖାଦ୍ୟ ବୋଲି ମତ ଦେଇଛନ୍ତି