ଟିଏମସିରେ ଯୋଗ ଦେଲେ ବେରୋନ ବିଶ୍ୱାସ, କଂଗ୍ରେସ ମୁକ୍ତ ହେଲା ପଶ୍ଚିମବଙ୍ଗ ବିଧାନସଭା

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଟିଏମସିରେ ଯୋଗ ଦେଇଛନ୍ତି ପଶ୍ଚିମବଙ୍ଗ ବିଧାନସଭାରେ କଂଗ୍ରେସର ଏକମାତ୍ର ବିଧାୟକ ଥିବା ବେରୋନ ବିଶ୍ୱାସ।  ସୋମବାର ପଶ୍ଚିମ ମେଦିନୀପୁର ଜିଲ୍ଲାରେ ଶାସକ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ ଉପସ୍ଥିତିରେ ସେ ଟିଏମସିରେ ଯୋଗ ଦେଇଛନ୍ତି। ଫଳରେ ପଶ୍ଚିମବଙ୍ଗ ବିଧାନସଭା ସଂପୂର୍ଣ୍ଣ ରୂପେ କଂଗ୍ରେସ ମୁକ୍ତ ହୋଇପଡ଼ିଛି।ମୁର୍ଶିଦାବାଦ ଜିଲ୍ଲାର ସଂଖ୍ୟାଲଘୁ ଅଧ୍ୟୁଷିତ ସାଗରଦିଘି ନିର୍ବାଚନମଣ୍ଡଳୀର ବିଧାୟକ ଶ୍ରୀ ବିଶ୍ୱାସ ଶାସକ ଦଳର ଚାଲିଥିବା ଜନ ପ୍ରଚାର ଅଭିଯାନ – ତୃଣମୂଳ ଏହ ନବୋଜୱାର (ତୃଣମୂଳରେ ନୂଆ ଲହର) ସମୟରେ ଘାଟାଲ ଅଞ୍ଚଳରେ ଟିଏମସିରେ ଯୋଗ ଦେଇଥିଲେ। ଆଜି ଟିଏମ୍‌ସି ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଚାଲିଥିବା ଏହି କାର୍ଯ୍ୟକ୍ରମରେ ‘ସାଗରଦିଘିର କଂଗ୍ରେସ ବିଧାୟକ ବେରୋନ ବିଶ୍ୱାସ ଆମ ସହ ଯୋଗ ଦେଇଥିଲେ।

ତୃଣମୂଳ କଂଗ୍ରେସ ପରିବାରରେ ଆମେ ତାଙ୍କୁ ହୃଦୟରୁ ସ୍ୱାଗତ କରୁଛୁ। ବିଜେପିର ବିଭାଜନକାରୀ ଓ ଭେଦଭାବପୂର୍ଣ୍ଣ ରାଜନୀତି ବିରୋଧରେ ଲଢ଼ିବା ପାଇଁ ନିଜର ସଂକଳ୍ପକୁ ସୁଦୃଢ଼ କରିବା ପାଇଁ ଆପଣ ଉପଯୁକ୍ତ ପ୍ଲାଟଫର୍ମ ବାଛିଛନ୍ତି।ମିଳିମିଶି ଆମେ ଜିତିବୁ ବୋଲି’ ଶ୍ରୀ ବାନାର୍ଜୀ କହିଛନ୍ତି।

୨୦୨୧ ବିଧାନସଭା ନିର୍ବାଚନରେ ଖାତା ଖୋଲିବାରେ ବିଫଳ ହୋଇଥିବାରୁ ଶ୍ରୀ ବିଶ୍ୱାସ ଚଳିତ ବର୍ଷ ପ୍ରାରମ୍ଭରେ ଅନୁଷ୍ଠିତ ଉପନିର୍ବାଚନରେ କଂଗ୍ରେସ ଟିକେଟରେ ସାଗରଦିଘି ଆସନରେ ବିଜୟୀ ହୋଇଥିଲେ।

Leave A Reply

Your email address will not be published.